Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance Fantasy Inspirational

4  

Sadananda Sahoo

Romance Fantasy Inspirational

ସମ୍ପର୍କର ନଦୀତୀରେ

ସମ୍ପର୍କର ନଦୀତୀରେ

1 min
277



ସମ୍ପର୍କର ସ୍ମୃତି ମନେଉଠେ ଭାସି

   ଭାବନାର ଅନ୍ତରାଳେ ;

ହସକାନ୍ଦ ଭରା ଏଜୀବନ ପରା

  ସ୍ବପ୍ନଦେଖେ ରାତ୍ରୀକୋଳେ !!

କିଛି ସ୍ମୃତିରାଜି  ହୃଦୟରେ ଅଛି

   ସମ୍ପର୍କର ନଦୀତୀରେ ;

ଭାବପ୍ରବଣରେ ପ୍ରେମଅଭିସାରେ

  ସ୍ମୃତିଭାସେ ସରାଗରେ  !! 

ଜୋଚ୍ଛନା କିରଣ କଇଁର ସ୍ମରଣ

   ଆବେଗରେ ପ୍ରେମସ୍ମୃତି  ;

ରହି ସରୋବରେ କଇଁଟାବି ଝୁରେ

  ଭାସିଉଠେ ଜ୍ୟୋତ୍ସ୍ନାପ୍ରୀତି !! 

 ଅପୂର୍ବ ଏ'ସୃଷ୍ଟି ବିଧାତାର କୃତି

  ପ୍ରେମଫୁଲ କଣ୍ଟକିତ. ;

କଣ୍ଟାର ଆଘାତ ପ୍ରେମରେ ନିହିତ

  ପ୍ରେମପ୍ରେମୀ ଆଚମ୍ବିତ !! 

ମଧୁର ସମ୍ପର୍କ ଗଢିଦିଏ ଅର୍କ

  ଯୁଗଯୁଗ ବଞ୍ଚିରହେ  ;

ପ୍ରେମ ଇତିହାସ ସ୍ମୃତିର ଫରଦ

  କଥା ଓ କାହଣୀ କହେ !! 

 ସମ୍ପର୍କର ବାଖ୍ୟା ବହୁ ବ୍ୟାପକତା 

    ସୁଦୂର ପ୍ରସାରି ବାର୍ତ୍ତା  ; 

କବିକି ଲେଖକ କେବର୍ଣ୍ଣିବ ସତ୍ୟ

    ଅନୁଭବେ ଅଭିକର୍ତ୍ତା  !! 

ପିତୃମାତୃ ସ୍ନେହଁ ଅଭୁଲା ରହିବ

   ଜୀବନର. ପ୍ରତିପାଦେ ;

ଭାତୃଭଗ୍ନୀ ପ୍ରେମ ଉଜ୍ଜ୍ବଳ ମାଣିକ

   ସମ୍ପର୍କର  ସରହଦେ   !! 

ସଂପର୍କର ଢେଉ ଯେତେ ଦୂରେ ଥାଉ

     କୂଳଲଂଘେ ସରାଗରେ  ; 

 ମାନ ଅଭିମାନ ରାଗରୁଷା ପଣ

     ଲୀନହୁଏ ଭାବନାରେ  !! 

ଆହେ ପ୍ରେମପ୍ରେମୀ ଭାବନା ସରାଗୀ

  ଆସଥରେ ନଦୀତୀରେ  ;

ଦେଖିବ କିପରି ଅସ୍ତଗାମୀ ରବି

  ବିଦାୟରେ  ପ୍ରେମଭରେ !! 

ଅସ୍ତଗାମୀ ରବି ମେଲାଣି ନେଉଛି

   ମୁଖଦେଖି  ନଦୀନୀରେ   ;

ନିତି ପ୍ରାତଃରେ ଆସିବ ସରାଗେ

    ସମ୍ପର୍କରେ ନିରନ୍ତରେ  !!

ସମ୍ପର୍କର ରଙ୍ଗ ଖୋଜେ ନୂଆସଙ୍ଗ

    ସମୟର ତାଳେତାଳେ ;

ସ୍ନେହଁପ୍ରେମଭାବ ସମ୍ପର୍କ ସୌହାର୍ଦ୍ଦ୍ୟ

     ଅନୁଭୂତ ମାତୃକୋଳେ   !! 

   


Rate this content
Log in

Similar oriya poem from Romance