ମା କାଳୀ ବନ୍ଦନା
ମା କାଳୀ ବନ୍ଦନା
କାଳୀ କରାଳି କାଳିକେ ନୃମୁଣ୍ଡ ମାଳିକେ
କାଳ ରାତ୍ରି କାତ୍ୟାୟିନୀ କାମାକ୍ଷୀ କୃତ୍ତିକେ
କାଳବାମା ଗୋ,
କାମରୂପୀ କୁମାରୀ ଅପର୍ଣ୍ଣା ଗୋ |
କଳହଂସୀ ମୁକ୍ତକେଶୀ କରକରଦନା
କମଳବର ଧାରିଣୀ କମଳ ନୟନା
କାଣ୍ଡ ଖଣ୍ଡା ଗୋ,
କମନୀୟ ରକ୍ତ ଜବା ମଣ୍ଡା ଗୋ |
କର୍ବୁର କୁଳ ଦଳିନୀ କଳା ନାଗ ହାରା
କପିଳାସେ କପର୍ଦ୍ଦିଙ୍କ କାମକଳା ହରା
କଳାବତୀ ଗୋ,
କଳା ମଚ ମଚ କଚ ଅତି ଗୋ |
କଜ୍ଜଳ ନେତ୍ରୀ କନକ ଚମ୍ପକ ଗଉରୀ
କରୁଣା କାରିଣୀ କୃଶୋଦରୀ ମେଘାମ୍ବରୀ
କଞ୍ଜ ପଦେ ଗୋ,
କମଳ ନୈବେଦ୍ୟ ଅର୍ପି ବନ୍ଦେ ଗୋ
