Sanjaya Ananda Kumar Tripathy

Inspirational

3  

Sanjaya Ananda Kumar Tripathy

Inspirational

ମା'-୩

ମା'-୩

1 min
264


ମା'

କେତେବେଳେ ବି


ହାରିଯିବାର ଦେଖିନି


କେଉଁଠୁ ଏତେ ଶକ୍ତି ପାଏ


ବୁଝି ମୁଁ ପାରେନି ।


କେତେ ଦୁଃଖ, ବିପଦ ଆସିଛି


କେବେ ବି ଅସ୍ଥିର ହୋଇନି,


କେତେ ଧୈର୍ଯ୍ୟ ଶକ୍ତି ଅଛି


ଜାଣି ମୁଁ ପାରେନି ।


ଭଗବାନଙ୍କ କେତେ ପରୀକ୍ଷା


ସେ ଦେଇ ଚାଲିଛି


ନିର୍ବିକାର ଚିତ୍ତରେ,


ଯିଏ ଯାହା କହୁ ପ୍ରତିଜ୍ଞା କରିଛି


ସବୁ କିଛି ଛାଡିବନି


ଭାଗ୍ୟର ହାତରେ ।


ତା' ସଂସାରରେ କିଛି


ଅଭାବ ହେବାକୁ ଦେବନି,


ଦିନରାତି ଚେଷ୍ଟା କରୁଛି


କାହାକୁ ଦୁଃଖ ଛୁଇଁବନି ।


ନିଜକୁ ତିଳ ତିଳ କରି


ସେବାରେ ସମର୍ପି ଦେବ,


ନିଶ୍ବାସ ପ୍ରଶ୍ବାସ ଚାଲିଥିବା ଯାଏ


ହାରିବନି,ଏଇମିତି କରି ଚାଲିଥିବ ।

*****


Rate this content
Log in

Similar oriya poem from Inspirational