Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna N.K. Behera

Inspirational

3  

Kabiratna N.K. Behera

Inspirational

ଭାଗ୍ୟବାନ ମୁଁ

ଭାଗ୍ୟବାନ ମୁଁ

1 min
149


         

ହୃଦୟରୁ ପଦେ       କଥାଟି ଆନନ୍ଦେ

     କହିବାକୁ ଲାଗେ ଦ୍ଵିଧା,

ଆସ୍ତିକ ଭାବନା      ମନରେ ଆସେନା

      ଚିନ୍ତାଶକ୍ତି ଦିଏ ବାଧା ।


ଭାଗ୍ୟବାନ ବୋଲି   କହିଲେ କେ ଖୋଲି

      ଦେଖନ୍ତି ସବୁ ଉନ୍ନତି ।


ଜଣକ ପ୍ରଗତି        ଯଶ ମାନ ଖ୍ୟାତି

       ସୁକର୍ମର ପରିଣତି ।


ଭାଗ୍ୟବାନ କହି      କାହା ମନ ମୋହି

       ହୁଏନା ନିଜର କରି,

ସହୃଦୟେ ଭାବ        ଯିଏ ରଖିଥିବ

      ମନ ନିଏ ସେ ସବୁରି ।


ଯାଦୃଶି ଭାବନା       ତାଦୃଶି କାମନା

      ବଳେ ମିଳିଥାଏ ସିଦ୍ଧି,

ସ୍ଵତନ୍ତ୍ର ବିଚାର         ଏକାନ୍ତ ନିଜର

      ଦିଏ ସିନା ଜ୍ଞାନ ବୁଦ୍ଧି ।


ପ୍ରକୃତି ନିୟମେ       ସବୁ ତ କରମେ

      ହୋଇଥାଏ ଫଳପ୍ରଦ,

ତା' ବିରୁଦ୍ଧେ ଗଲେ   ଅନ୍ୟଥା ଯେ କଲେ

       ମାଡ଼ି ଆସଇ ବିପଦ ।


ଦକ୍ଷତାର ବଳେ      ସଫଳତା ମିଳେ

     ଭାବେ ସେ ଭାଗ୍ୟବାନ ମୁଁ,

ସୁଯୋଗ ସେ ଖୋଜି   କର୍ମେ ରହେ ମଜି

      ହୁଏ ସବୁ ଛୁଉଁ ଛୁଉଁ ।


ଅନ୍ତରେ ସବୁରି      ପ୍ରତିଭା ଯେ ଭରି

      ରହିଅଛି ସୁପ୍ତଭାବେ,

ପ୍ରଚେଷ୍ଟା ଉଦ୍ୟମେ    ମିଳେ ପରିଶ୍ରମେ

      ଅନ୍ୟଥା ହୁଏନା କେବେ ।


ନିଜ ହାତେ ଧରି    ନିଜ ଭାଗ୍ୟ ଡୋରି

      ହୁଏ ଜଣେ ଭାଗ୍ୟବାନ,

ଆଳସ୍ୟ ହେଳାରୁ     ମିଳୁ ନ ଥିବାରୁ

     ସବୁ କରେ ପ୍ରତ୍ୟାଖ୍ୟାନ ।


ସୁନ୍ଦର ପ୍ରକୃତି        ରଖିଛି ସାଇତି

     କହେ ସେ ଭାଗ୍ୟବାନ ମୁଁ,

ବିନିଯୋଗ କରି      ହୁଅ ଉପକାରୀ

      ଆତ୍ମଶକ୍ତି କହିବ ହୁଁ ।


 


Rate this content
Log in

Similar oriya poem from Inspirational