Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

କ୍ଷୀରାବ୍ଧି ତନୟା

କ୍ଷୀରାବ୍ଧି ତନୟା

1 min
177



ଜୟ ଜୟ ମହାଲକ୍ଷ୍ମୀ କ୍ଷୀରାବ୍ଧି ତନୟା

ଜଗତକଲ୍ୟାଣୀ ମାତ ତୁହି ମହାମାୟା l


ବନ୍ଦଇ ମା' ମହାଲକ୍ଷ୍ମୀ ସାଗରକନ୍ୟକା

ଚରାଚର ପ୍ରାଣୀଙ୍କର ଆଶ୍ରୟ ତୁ ଏକା l


ବନ୍ଦଇ ମା ମହାଲକ୍ଷ୍ମୀ ମାତା ହରିପ୍ରିୟା

ଜୀବଙ୍କ ଆଶ୍ରୟ ତୋର ପଣତର ଛାୟା l


ଦୟାମୟୀ ଜଗଦ୍ଧାତ୍ରୀ ମାଆ ତୁ ମଙ୍ଗଳା

ତୋର କୃପାବିନେ ମାତ ସରବେ ଲଙ୍ଗଳା l


ବନ୍ଦଇ ମା ମହାଲକ୍ଷ୍ମୀ ଦେବୀ ଶାକାମ୍ବରୀ

ପ୍ରାଣୀଙ୍କୁ ତୁ ପାଳିଥାଉ ତୋ ସନ୍ତାନ ପରି l


ଛପନ କୋଟି ଜୀବଙ୍କୁ ଭଣ୍ଡାର ତୁ ଖଞ୍ଜି

ଛପନ ଭୋଗେ ଜଗତ ନାଥ ଚିତ୍ତ ରଞ୍ଜି l


ସଂସାରକୁ ପାଳୁ ମାତେ ଦେଇ ବସ୍ତ୍ର ଅନ୍ନ

ତୋ' କୃପା ବିହୁନେ ମାତ ଜଗତ ଉଛନ୍ନ l


ତୋର କୋପୁ ମାତ ଦିନେ ଜଗତଠାକୁର

ବୁଲି ଥିଲେ ଶୁଣ୍ଢୀ ପିଣ୍ଡା ଭିକ୍ଷୁ ବାର ଦ୍ୱାର l


ତୋ ମହିମା ମହାଦେବୀ କେ ପାରିବ ବର୍ଣ୍ଣି

ତୋ କରୁଣାବଳେ ତାହା କିଞ୍ଚିତ ବଖାଣି l


 ଦୟିନୀ କରୁଛି ମାଆ ଅଜ୍ଞାନ ପାମର

ତୋ ପାଦ ପଙ୍କଜ ମାତ ଆଶ୍ରୟ ମୋହର l

               


Rate this content
Log in

Similar oriya poem from Inspirational