Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naba Nayak

Inspirational

3  

Naba Nayak

Inspirational

ଜଳିବ ଅଖଣ୍ଡ ବିଶ୍ୱାସର ଦୀପ

ଜଳିବ ଅଖଣ୍ଡ ବିଶ୍ୱାସର ଦୀପ

1 min
143


ହରିବୋଲ ହୁଳହୁଳି ପଡୁଛି ଉଛୁଳି 

ଶିବନାମେ ପ୍ରକମ୍ପିତ ହେଉଛି ମେଦିନୀ

ଅପାର ତୁମ କରୁଣା ଯୋଗୀ ଯୋଗେଶ୍ୱର 

ସତ୍ୟ ଶିବ ସୁନ୍ଦର ହେ ମହିମା ସାଗର  | ୧ |


ଦେବ ଦେବ ମହାଦେବ ପରମ ପୁରୁଷ 

ମହାରୁଦ୍ର ପରଂବ୍ରହ୍ମ ପିନାକୀ ଯୋଗେଶ

ଜଟାରୁ ଝରୁଛି ଗଙ୍ଗା ହୋଇ ଝର ଝର 

କି ବର୍ଣ୍ଣିବ ତୁମ ଲୀଳା ଅଧମ କିଙ୍କର   | ୨ |


ବ୍ୟାଘ୍ର ଚର୍ମ ଆସନରେ ତୁମେ ଉପବିଷ୍ଟ

ମସ୍ତକରେ ଅଧାଚାନ୍ଦ ଦିଶେ କି ଶୋଭିତ 

ହାତରେ ଧରିଛ ଥାଳ ଗଳେ ସର୍ପମାଳା

ମହା ମୃତ୍ୟୁଞ୍ଜୟ ଶିବ ଧନ୍ୟ ତୁମ ଲୀଳା  | ୩ | 


ବାମ ହାତେ କମଣ୍ଡଳ ଡାହାଣେ ତ୍ରିଶୂଳ 

ବୃଷଭ ବାହନେ ପ୍ରଭୁ ତୁମେ କୃପା କର 

ସଂସାରକୁ ସବୁଦେଇ ହୋଇଛ ଲଙ୍ଗଳା 

ଶମାଶାନବାସୀ ହୋଇ ବାଣ୍ଟୁଛ କରୁଣା   | ୪ |


ରୁଦ୍ରେଶ୍ୱର ଭାଣ୍ଡେଶ୍ୱର ନୀଳକଣ୍ଠେଶ୍ୱର 

ଭିନ୍ନ ଭିନ୍ନ ନାମ ତୁମ ଆହେ ମହେଶ୍ୱର 

ଲିଙ୍ଗରାଜ ବୃଦ୍ଧଲିଙ୍ଗ ପ୍ରଭୁ ଲୋକନାଥ 

ଧବଳେଶ୍ବର ନାମରେ ତୁମେ ତ ବିଦିତ    | ୫ |


ମହେଶ ଉମେଶ ପୁଣି ପ୍ରଭୁ ତ୍ରିଲୋଚନ

ଗୋରେଖ ନାମରେ ଦିଅ ଭକ୍ତଙ୍କୁ କଲ୍ୟାଣ 

କୋପେ ଅବା ତମେ ପ୍ରଭୁ ଦେଇଥାଅ ବର 

ଯୁଗ ଚେତନାର ତୁମେ ଅଟ କର୍ଣ୍ଣଧାର     | ୬ |


କେତେ ନାମେ କେତେ ଧାମେ ପାଉଥାଅ ପୂଜା

କୋଟି ଜନ ମନଙ୍କର ଭାଗ୍ୟର ବିଧାତା 

କରୁଣାକର ହେ ପ୍ରଭୁ ରୁଦ୍ରାକ୍ଷ ମୁରତୀ

ପାପ ଧୋଇଯାଏ ତୁମ ନାମ କଲେ ସ୍ମୃତି    | ୭ |


କଷଣ ଫେଡ଼ିବ ଆହେ ପାର୍ବତୀ ବଲ୍ଳଭ

ମାଗୁନାହିଁ ଧନଜନ ଐଶ୍ୱର୍ଯ୍ୟ ବିଭବ 

ତୁମେ ଶାନ୍ତିମୟ ଶକ୍ତି ତୁମେ ମହାଦୀପ୍ତି 

ତୁମ ଜ୍ୟୋତିର୍ମୟ କାନ୍ତି ଦିଏ ମହାମୁକ୍ତି     | ୮ |


ଚତୁର୍ଦ୍ଦଶୀ ଅମାବାସ୍ୟା ଜାଗର ରାତିରେ 

ବିଶ୍ୱାସର ଦୀପ ଜଳେ ଅଖଣ୍ଡ ଚିତ୍ତରେ

ସଂସାରର ଦୁଃଖ ହର କୈଳାସ ବିହାରୀ

ତୁମ ଶ୍ରୀଚରଣେ ପ୍ରଭୁ ଏତିକି ଗୁହାରୀ ।।   | ୯ |



Rate this content
Log in

Similar oriya poem from Inspirational