Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naba Nayak

Inspirational

3  

Naba Nayak

Inspirational

ଧ୍ୱନି ପ୍ରତିଧ୍ୱନି

ଧ୍ୱନି ପ୍ରତିଧ୍ୱନି

1 min
129


ଏମିତି 

ଝରଣା ହୋଇ ତୁ ଝରିଯା 

ତୋ'ର ସେ 

କୁଳୁକୁଳୁ ବାଜଣା

ଯେତେ ଦୂର ଶୁଭୁଥିବ 

ସେ ଯାଏ ବିସ୍ତୃତ

ମୋ ଆଖିର ଅଗଣା ।


ଯେତେ ବାଙ୍କ

ସେତେ ଅଙ୍କ 

ସବୁଠାରେ ମାୟା ଓ ଛାୟାର

ଭିନ୍ନ ଭିନ୍ନ ସୀମା ।


ହେ ସୌନ୍ଦର୍ଯ୍ୟମଣ୍ଡିନୀ

ଭୁଲିବୁନି

ରାତି ଏଠି ମାୟାବିନୀ 

ସ୍ୱପ୍ନ ବିଦେଶିନୀ

ପ୍ରିତୀ ଏଠି ବିରହିଣୀ 

ସ୍ମୃତି ସିମନ୍ତିନୀ ।


ବେଳେବେଳେ 

ଭାବନାର ଅନ୍ତରାଳେ ସୃଷ୍ଟିହୁଏ 

କେତେ ଧ୍ୱନି ପ୍ରତିଧ୍ୱନି ।


ତେଣୁ

ମୋ ଭିତରେ ତୋ ପ୍ରେମ 

ଏକ ନିଆରା କଳ୍ପନା 

ମୋତେ ଲାଗେ ଯେମିତି 

ସ୍ୱର୍ଗକୁ ଦୁଇହାତ ଜମା ।


ସେଥିପାଇଁ ବୋଧେ 

ଅନେକ ତାରାର ଆକାଶରେ 

ହୋଇଛି ଜହ୍ନର ସର୍ଜନା ।


Rate this content
Log in

Similar oriya poem from Inspirational