STORYMIRROR

Debadatta Panda

Inspirational

3  

Debadatta Panda

Inspirational

ଛଳନା

ଛଳନା

1 min
163

ଛଳନାର ପରିଣାମ ଅତି ଭୟଙ୍କର

ଛଳନାରେ ଭୀତି ସଦା ହୁଅଇ ସଞ୍ଚାର,

ଛଳନାର କାୟାକଳ୍ପ ଅତୀବ କରାଳ

ଛଳନା ଭାଙ୍ଗି ଦିଏ ଅନ୍ତରର ବଳ।


ସୁଖ ମିଳେ ଛଳନାରୁ ସ୍ବଳ୍ପ ସମୟ

ପରିଣାମେ ଜୀବନକୁ କରେ ବିଷମୟ,

ଛଳନା ରୂପୀ ଆୟୁଧ ଅତ୍ୟନ୍ତ ଧାରୁଆ

ସମୟାନୁସାରେ କାଟେ ପରାଣର ହିଆ।


ଛଳନାର ଅଗ୍ନି ଦହେ ଶରୀରକୁ ସଦା

ସୁଖ ଦେଇ, ଶାନ୍ତିକୁ କରଦିଏ ବିଦା,

ଛଳନାରେ ମିଳେ ଏଠି ଖାଲି ନିନ୍ଦା

ଅପବାଦ ହୋଇଥାଏ ଛଳନାରେ ଛନ୍ଦା।


ନିର୍ମଳ ଅନ୍ତର ଆଉ ନିର୍ମଳ ମନ

ହେବା ନାହିଁ କେବେ ଆମେ ଛଳନା ଅଧୀନ,

ଜୀବନ ବିତାଇବା ହୋଇ ଛଳନା ବିହୀନ

ପ୍ରଭୁଙ୍କର କୃପା ବାରି ଝରିବ ସବୁ ଦିନ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational