STORYMIRROR

Debadatta Panda

Inspirational

4  

Debadatta Panda

Inspirational

ପ୍ରେମ

ପ୍ରେମ

1 min
415

ଈଶ୍ବରଙ୍କ ପ୍ରେମ ଅତ୍ୟନ୍ତ ନିଆରା

ପିତା ମାତାଙ୍କ ପ୍ରେମ ଅପାସୋରା,

ଭାଇଭଉଣୀଙ୍କ ପ୍ରେମର ନାହିଁ ଯେ ତୁଳନା

ପଡୋଶୀଙ୍କ ପ୍ରେମର ନାହିଁ ତ କଳନା।


ସନ୍ତାନଙ୍କ ପ୍ରେମ କେବେ କହି ତ ହୁଏନା

ପ୍ରେମିକ ପ୍ରେମିକା ପ୍ରେମ ଭୁଲି ବି ହୁଏନା,

ବିଭୁ ପ୍ରେମେ ଆମ ମନ ଥରେ ଗଲେ ମଜ୍ଜି

ସାଧୁ ସଙ୍ଗ ପ୍ରେମେ ଦେହ ମନ ଯାଏ ଭିଜି।


ଜୀବ ଜଗତର ସେବା ପ୍ରେମେ ମିଳେ ଶାନ୍ତି

ସେବା ଧର୍ମ ପାଳନରେ ପ୍ରେମ ହୁଏ ପ୍ରାପ୍ତି,

ଜୀବନ ହୁଅଇ ଧନ୍ୟ ପ୍ରେମେ ଲାଭ ମୁକ୍ତି

ସନ୍ତୋଷ ମିଳଇ ପ୍ରେମ ବାଣ୍ଟି ଦେଲେ ତୃପ୍ତି।


ତ୍ୟାଗ ପ୍ରେମେ ଆତ୍ମ ତୃପ୍ତି ମିଳେ ଏ ସଂସାରେ

ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ବିତୁ ପ୍ରେମରେ ପ୍ରେମରେ,

ଅହଂକାର ଛାଡି ମନୁ ପ୍ରେମ ରସ ବାଣ୍ଟ

ପ୍ରେମ ବାଣ୍ଟିଲେ ମିଳେ ଶାନ୍ତି, ପୁରିବା ଆଗରୁ କଣ୍ଟ।


ସତ୍ୟ-ଶାନ୍ତି-ଦୟା-କ୍ଷମା ପ୍ରେମର ସାରାଂଶ

ପ୍ରେମ ବିନା ଏ ଜୀବନ ହଳାହଳ ବିଷ,

ରହିଯାଏ ଚୀର କାଳ ପ୍ରେମର ହିଁ ଯଶ

ପ୍ରେମ କରିଯିବା ସଭିଙ୍କୁ ମନ ଭରି ଆସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational