STORYMIRROR

Debadatta Panda

Others

4  

Debadatta Panda

Others

ପାର୍ବଣ

ପାର୍ବଣ

1 min
206

ପାର୍ବଣର ଋତୁ ଆସିଲେ

ଧରାପୃଷ୍ଠେ କାଶତଣ୍ଡୀ ଫୁଟେ

ମନ ପ୍ରାଣ ପୁଲକିତ ହୁଏ

ଶରୀରରେ ରୋମାଞ୍ଚ ସୃଷ୍ଟି ହୁଏ।


ପାର୍ବଣ ଋତୁର ପବନ ନିଆରା

ମାଟିର ବାସ୍ନା ଭାରି ମନ ଛୁଆଁ

ଆନନ୍ଦ ପରେ ସଭିଙ୍କ ମନେ

ସଭିଏଁ ହୁଅନ୍ତି ବେଶ୍ ଆନମନା।


ମାଆ ଦୁର୍ଗା ଧରାପୃଷ୍ଠକୁ ଓହ୍ଲାନ୍ତି

ଜୀବ ଜଗତକୁ ଆଶିଷ ଦିଅନ୍ତି 

ଦେବାଦେବୀ ମାଆଙ୍କୁ ଭେଟନ୍ତି

ଧରଣୀ ମାଆକୁ ଧନ୍ୟ କରନ୍ତି।


ସମୟର ସାଥେ ତାଳ ମିଳେଇ

ପାର୍ବଣର ଋତୁ ଆସେ ଓ ଯାଏ

ନୂତନ ସନ୍ଦେଶ ଯାଏ ସେ ଦେଇ

ପରିବର୍ତ୍ତନକୁ ଆଦରି ନେଇ।


ଆକାଶ ଦିଶଇ ଅତି ନିର୍ମଳ

ମାନବ ହୃଦୟ କର ବିଶାଳ

ଉଦାରତା ପରି ନାହିଁ ସମ୍ବଳ

ବାଣ୍ଟିଯାଅ ସଦା ଫୁଲ ସେବାର।


ପାର୍ବଣେ ସମୁଦ୍ର ଉଲ୍ଲସିତ ହୁଏ

ନୀଳ ଜଳ ରାଶି ପ୍ରେରଣା ଦିଏ

ଜ୍ଞାନୀ ହୋଇ ସଦା ରୁହ ମଉନ

ଅହଙ୍କାର ଛାଡି ହୁଅ ନିଉନ।


ପୃଥିବୀ ମାତା ଶିକ୍ଷା ଦିଅନ୍ତି

ଦୁବ ଘାସ ପରି ସବୁ ସହିଯା

ମୁଣ୍ଡ ନଇଁ ତୁ ପଡି ରହିଥା

ସମୟ ଖେଳରେ ଜିତି ତୁ ଯା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍