Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashis Pati

Inspirational

3  

Debashis Pati

Inspirational

ଫଗୁଣର ଆଗମନେ

ଫଗୁଣର ଆଗମନେ

1 min
208


ଫଗୁଣ ଫେରିଛି ଧରଣୀ ହସୁଛି

ଆମ୍ବ ବଉଳର ସାଥେ

ହଳଦୀ ବସନ୍ତ ଲୁଚକାଳି ଖେଳେ

କୋଇଲି ଗାଉଛି ପଥେ ।।

ମହମହ ବାସେ ପଲ୍ଲୀ କୁଞ୍ଜ ବନେ

ଶେଫାଳୀ ଶିମିଳି ମଲ୍ଲୀ

ପଦୁଅଁ ଚାହିଁଛି ସ୍ମିତ ହାସ୍ୟ ଦେଇ

ସବିତା କିରଣେ ମେଲି ।।

ଫଗୁଣର ରଙ୍ଗ ଅବିର ଅର୍ପଣ

ରହିଛି କି ଚିରସ୍ଥାୟୀ

ଜୀବନ ରଙ୍ଗରେ ରଙ୍ଗାୟିତ ଦିନେ

କେବେ ସେ କାଳିମା ନେଇ ।।

ଦିନ ପରେ ଦିନ ଗଡି ହୁଏ ମାସ

ଆସେ ପୁଣି କେତେ ବର୍ଷ

ଜୀବନ ଯନ୍ତ୍ରଣା ସଂସାର ପୁସ୍ତକେ

ଫର୍ଦ ଲେଉଟାଏ ବିଷ ।।

ଗ୍ରୀଷ୍ମର ତାଡନା ବର୍ଷାର ଛଳନା

ସବୁ ଚାଖିଛି ଏ ଦେହ

ଶୀତର ପ୍ରକୋପ ଜାଡର ଚାପୁଡା

ଭରିଛି ମନରେ କୋହ ।।


       


Rate this content
Log in