STORYMIRROR

Madhabi Patel

Inspirational Others

3  

Madhabi Patel

Inspirational Others

ଶିବ ଶଙ୍କର

ଶିବ ଶଙ୍କର

1 min
1.1K

ତ୍ରାହିମାଂ ଶିବ ତ୍ରାହିମାଂ ଶିବ

ତ୍ରାହିମାଂ ହର ଭାଷିତଂ।

ହେ ଶିବପତି ପାର୍ବତୀ ପତି

ତ୍ରାହିମାଂ ଭବ ସାଗରଂ।

ତୁମ ପାଇଁ ଭକ୍ତି ରହୁ ମୋ ଅମର

ଊଣା କରିବନି କରୁଣା ତୁମର।

ଅଳ୍ପରେ ସନ୍ତୁଷ୍ଟ ଆଶୁତୋଷ ହର

ମୃତ୍ୟୁଞ୍ଜୟ ତୁମେ ଅନନ୍ତ ଆକାର।

ସ୍ବର୍ଗରୁ ପାତାଳ ବ୍ୟାପ୍ତ କଳେବର।

ବିଷ୍ଣୁ ବ୍ରହ୍ମାଙ୍କର ନ ହେଲା ଗୋଚର।

ତପେ କୋପେ ତୁମେ ଯାଚିଦିଅ ବର।

ନାମ ରହିଅଛି ତୈଲୋକ୍ୟେ ତୁମର।

ଶିବ ମହେଶ୍ବର ଇଶାନ ଶଙ୍କର

ଦୁଧୁରା ଅରଖ ଚମ୍ପାପ୍ରିୟ ଯାର |

ପଶୁପତି ରୁଦ୍ର ମହାଦେବ ହର

ଦୁର୍ଭାଗ୍ୟକୁ ନାଶି ଭାଗ୍ୟବନ୍ତ କର।

ଅଷ୍ଟଶମ୍ଭୁବିଶ୍ବନାଥ ମହେଶ୍ୱର

ଭିକ୍ଷୁ ରହି ଦିଅ କୁବେର ଭଣ୍ଡାର।

ଦାନବ ଦେବତା ନର ରୁ କିନ୍ନର

ସଭିଙ୍କର ପୂଜ୍ୟ ହୃଦୟେ ବିହର ।

ଯୋଗି ଯୋଗେଶ୍ବର ମଶାଣୀରେ ଘର

ବସନ ଭୂଷଣେ ନାହିଁତ ଆଦର।

ବ୍ୟାଘ୍ର ଛାଲ ନାଗ ଭୂଷଣ ତୁମର

ଭଷ୍ମ ବୋଳି ହୋଇ ଅତ୍ୟନ୍ତ ସୁନ୍ଦର।

ଜଗତର ହୀତେ ବିଷ ପାନକର

ତାଣ୍ଡବ ରଚିଲେ ସୃଷ୍ଟି ନାଶକର।

ଉମାପତି ପୁତ୍ର ଗଣେଶ କୁମାର

 ନନ୍ଦି ଭୃଙ୍ଗୀ ତୁମ ପ୍ରିୟ ଅନୁଚର।

ବିଭେଦ ଭିତରେ କରିଅଛ ଘର

ଏକତା ମହିମା କରହେ ପ୍ରଚାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational