STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ନାରୀ

ନାରୀ

1 min
988


ତୋର କେହି "ଅରି "ନାହିଁ ବୋଲିତ ତୁ ନାରୀ 

ସମାଜରୁ ସବୁ ଅଳିଆ ହଟାଇ 

ମହାନ ତୁ ମହିୟସୀ ମହିଳା 

ପତନରୁ ଉଦ୍ଧାରିଣ ପତ୍ନୀ ସଂସାରର ଭାର ବୋହି ତୁ ଭାର୍ଯ୍ୟା ଆଉ ବୋହୁ 

ଜନ୍ମକୁ ସାର୍ଥକ କରି ଜନନୀ 

ତୁ କେଵଳ କବିତା ବନିତା ଲତା ନୁହେଁ 

ତୁ ଅପରାଜିତା 

ଏକାଧାରରେ ଜାୟା ଜନନୀ ଭଗିନୀ 

ତୁ କେଵଳ ଅଙ୍କଶାୟୀନୀ ନୁହେଁ 

ତୁ ଅର୍ଦ୍ଧାଙ୍ଗିନୀ  

ତୋ ବିନା ଆନ ନାହିଁ ବୋଲି ତୁ ଅନନ୍ୟା

ତୁ ଅଲିଅଳି ଅବଳା 

କିନ୍ତୁ ନୁହେଁ ତୁ ଦୁର୍ବଳା 

ତୁ ଶକ୍ତିପ୍ରଦାୟିନୀ ପାପ ବିନାଶିନୀ. 

ତୁ ପରାଧୀନ ନୁହେଁ ପରାମର୍ଶ ଦାତ୍ରୀ 

ପତିର ଜୀବନ ପଥେ ଅଟୁ ସହଯାତ୍ରୀ. 

ତୁ ପରା ସ୍ୱାଧୀନ 

ସେ ପାଇଁ ଅଳଙ୍କୃତ କରୁ କେତେଯେ ଆସନ 

ଉଚ୍ଚ ଉଚ୍ଚ ପଦବୀକୁ କରୁଛୁ ମଣ୍ଡନ 

ତୋ ପାଇଁ ମରିଥିଲା ଦୁଷ୍ଟ ଦୁଃଶାସନ 

କଂସର ନିଧନ ପୁଣି ମହିଷାମର୍ଦ୍ଧନ... 

ରାବଣ ମରଣ ନାଶ ମାନି ଦୁର୍ଯ୍ୟୋଧନ. 

ତାହେଲେ ତୋତେ ନେଇ କାଇଁ ଏତେ ପ୍ରଶ୍ନ 

ହେଉଅଛି ଭୃଣ ହତ୍ୟା ତୋ ଗଣ ଦୁଷ୍କର୍ମ.. 

ତୁ ଧରିତ୍ରୀ ଗଙ୍ଗା କେତେ ବୀର ପ୍ରସବିନୀ 

ଖଡ୍ଗ ଧାରିଣୀ ତୁ ଦୁଷ୍ଟ ବିନାଶିନୀ 

ତାତିରୁ ଶାନ୍ତି ପାଇଁ ବରଷା ରାଣୀ ଲୋ

ତୁ ପରା ଶ୍ରାବଣୀ 

ତୋ ହାତରେ ସବୁ ତୁ ହେଲୁ ରୋଜଗାରକ୍ଷମ. 

ଭାଙ୍ଗି ଦେଇଛୁ ପୁରୁଷଙ୍କ ଟାଣ 

ପିଲାଙ୍କ ଭବିଷ୍ୟତ କରୁଛୁ ଗଠନ 

ହେ ସର୍ବଂସହା ଏକ ଅଳି ତୋତେ 

ଆଜି ଶିକ୍ଷିତ ନୁହେଁ ତୁ ଉଚ୍ଚ ଶିକ୍ଷିତ. 

ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ କର ସମ୍ମାନିତ. 

ତୁ ତ ଶ୍ରେଷ୍ଠ ସ୍ୱେଚ୍ଛାସେବୀଟିଏ 

ସ୍ୱେଚ୍ଛାକୃତ ମତାମତଟିଏ ଦେଇପାରୁ 

ହେଲେ ସ୍ୱେଚ୍ଛାଚାରିଣୀ ହୋଇ 

ବିଶୃଙ୍ଖଳିତ ନୁହେଁ 

ସମାଜକୁ କର ଶୃଙ୍ଖଳିତ 

ହୋଇ ତୁ ମୋହିନୀ 

ରାକ୍ଷସଙ୍କୁ ବଶ କରି 

ଦେବତା ରୂପୀ ମାନବଙ୍କୁ 

ବାଣ୍ଟି ଚାଲ ସ୍ନେହ ପ୍ରେମ ଓ ଅନୁଶାସନର ଅମୃତ 

ଅଧର୍ମର ବିନାଶ ହୋଇ ଧର୍ମ ହେଉ ସଂସ୍ଥାପିତ 

ତୋ ନାମ ହେଉଲୋ ସାର୍ଥକ କେବେ ନହେଉ କଳଙ୍କିତ 

ହୁଅ ତୁ ବିଶ୍ୱବନ୍ଦିତ 

ଆଶୀଷ ଅଜାଡ଼ି ଦେବେ 

ସ୍ୱୟଂ ପ୍ରଭୂ ଜଗନ୍ନାଥ 

ତୋ ଚଲାପଥ ହୋଇଯିବ କୁସୁମିତ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational