STORYMIRROR

samhita jena

Tragedy

4  

samhita jena

Tragedy

ଲୁହରେ ଲେଖୁଛି ଚିଠି

ଲୁହରେ ଲେଖୁଛି ଚିଠି

1 min
223


ମନେ ପଡେ ସେ ଦିନର କଥା

ମନେ ପଡେ ତମ ନୀରବତା।


ସେଦିନ ବି ଖୋଜୁ ଥିଲା ମନ

ଆଜି ବି ତ ଦେଖୁଛି ସପନ।


ମୁଁ ପରା ଅଫେରା ବାଟୋଇ

ତୁମ ବାଟ ରହିଅଛି ଚାହିଁ।


ସମୟଟା ମୁକ ସାକ୍ଷୀ ମୋର

ହୃଦୟ ଟା କେବଳ ତୁମର।


ହୃଦୟର ନିବୃତ୍ତ କୋଣରେ

ବୋହୁ ସାଜି ଆସ ଧୀରେ ଧୀରେ।


କେତେ ସ୍ୱପ୍ନ ସେଠି ଉଙ୍କିମାରେ

ନିଛାଟିଆ ମନ ଇଲାକାରେ।


ବୟସର ମହୁଲିଆ ନିଶା

ତମକୁ ବି ପାଇବାର ଆଶା।


ମୁହଁ ସିନା କହିପାରେ ନାହିଁ

ଆଖି ଥାଏ ତମ ବାଟ ଚାହିଁ।


ଶୂନ ଶାନ ଜହ୍ନ ରାତିଟାରେ

ତମ କଥା ଭାବେ ଏକାନ୍ତରେ।


ତୁମର ସେ କଥାକୁହା ଆଖି

ନୀରବରେ କହିଯାଏ କିଛି।


ତୁମର ସେ ଗୋଲାପୀ ଅଧର

ମନକୁ ମୋ କରଇ ଅଧୀର।


ତୁମକୁ ମୁଁ ଭଲପାଏ ପ୍ରିୟା

ତୁମ ପାଇଁ ଦୋଛକିରେ ଠିଆ।


ହଜେଇ ମୁଁ ନିଜର ଠିକଣା

ତୁମ ପାଇଁ ହେଲି ବାଟ ବଣା।


ତୁମ ଠାରୁ ତୁମକୁ ଚୋରାଇ

ସାଇତିଛି ହୃଦୟରେ ନେଇ।


ତୁମେ ପ୍ରିୟ ନୁହେଁ ବାଟ ବଣା

ମୁଁ' ପରା ତୁମର ଠିକଣା।


ସାଇତିଛି ହୃଦୟ ମନ୍ଦିରେ

ପ୍ରେମ ପୁଷ୍ପେ ସେଠି ପୂଜା କରେ।


ମୁ' ପରା ତୁମ ଦେହ ଛାଇ

ତୁମ ଠାରୁ ଅଲଗା ନୁହଁଇ।


ତୁମ ପାଇଁ ଲୁହ ମୁହିଁ ଢାଳେ

ସମସ୍ତଙ୍କ ଦୃଷ୍ଟି ଅନ୍ତରାଳେ।


କହୁଛି ମୁଁ ମୋ ମନର କଥା

ଭାଙ୍ଗି ଆଜି ସବୁ ନୀରବତା।


ତୁମକୁ ମୁଁ ଭାରି ଭଲପାଏ

ତୁମ ଛଡା କେହି ଆଉ ନୁହେଁ।


ଯଦି ମୁହିଁ ନ ପାଏ ତୁମକୁ

ଫେରି ଯିବି ଜହ୍ନ ରାଇଜକୁ।


ତୁମ ପାଇଁ ମୋର ଶେଷ ଭେଟି

ଲେଖୁଅଛି ଲୁହରେ ମୁଁ ଚିଠି।



రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy