ଲୁହ
ଲୁହ
ଯୁଗେ ଯୁଗେ
ସର୍ବଦା ନିଜର
କେବେ ସୁଖ
କେବେ ଦୁଃଖ
କେବେ ଆନନ୍ଦାଶ୍ରୁ ଧାର ।
ଲୁହ କେବେ ଝରୁଥାଏ
ଲୁହା ହୋଇ ଅଭିଶାପ ଦେଇ
ଲୁହ କେବେ ଝରୁଥାଏ
ଭୋକ ପେଟେ ଖାଇବା ନପାଇ
ଲୁହ କେବେ କିଣା ବିକା
ହୋଇ ନ ପାରଇ ।
କିଏ ବା ନ ଜାଣେ
ଲୁହ ସଦା
ଲୁଣିଆ ଓ ଉଷ୍ମ
ନିଜ ପାଶେ ଭରିଥାଏ
କା ଜୀବନେ ସରି ନାହିଁ
ଅକ୍ଷୟ ସେ ଯୁଗ ଯୁଗ ପାଇଁ ।