STORYMIRROR

Madhabi Patel

Abstract

3  

Madhabi Patel

Abstract

ଲୁହ

ଲୁହ

1 min
202


ସୁଖରେ ଦୁଃଖରେ ଝରିଆସେ କେବେ

ଭାବନାରେ ବହିଯାଏ।

ତାହାରି ଭିତରେ ଅନେକ କାହାଣୀ

ଲୁକ୍କାୟିତ ରହିଥାଏ।

ଆମର ଜୀବନ ହସ କାନ୍ଦଭରା

ଦି ଟୋପା ଲୁହରେ ଗଢା।

କେବେ ଦିଏ ହସ ମନରେ ଶାହସ

କେବେ ମିଳେ ଫୁଲତୋଡା।

କେତେବେଳେ ପୁଣି ମନ ଭାଙ୍ଗିଯାଏ

ଲାଗଇ ମନେ ଆଘାତ।

ସେତେବେଳେ ଲୁହ ଧାରଧାର ଝରେ

ସତେ କିସେ ବାରିପାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract