ଲୁହ
ଲୁହ
କରୋନା ର ପୁଣି ହୁଏ ଲେଉଟାଣି
ଚାରିଆଡେ ପଡେ ହୁରି
ଲୁହ ବଖାଣୁଛି କୋହର କାହାଣୀ
ଲହୁରେ ହୃଦୟ ଚିରି ।
ସବୁଠି ଏବେତ ଭୟର ରାଜୁତି
ସବୁରି ଆଖିରେ ଲୁହ
କରୋନା ବୁଝେନି ଧନୀ କି ଗରିବ
ନାହିଁ ତାର ମାୟା ମୋହ ।
ଛୁଇଁ ଦେଉଦେଉ ଡେଇଁ ପଡୁଛି ସେ
ଛୁଆଁ ରୋଗବୋଲି ଡର
ନିଶ୍ବାସ ପ୍ରଶ୍ବାସ କବଳିତ କରେ
ଦେହେ ଖଇଫୁଟା ଜ୍ବର ।
ରୋଗୀର ଆଖିରୁ ଲୁହ ପୋଛିବାକୁ
ଆପଣା ଲୋକଙ୍କୁ ମନା
ଲୁହର ନଈରେ ଉବୁଟୁବୁ ସବୁ
ସବୁ ଆଡେ କଟକଣା ।
ଅଣହେଳା ଯିଏ କରିଥାଏ ତାର
ଅକାଳେ ହେଉଛି କାଳ
ପରିବାର ଲୋକ ଲୁହ ଢାଳିଢାଳି
ପାଆନ୍ତିନି ଥଳକୂଳ ।
ସେଥିପାଇଁ ସଦା ବାହାରକୁ ଗଲେ
ମାକ୍ସ ଟିଏ ପିନ୍ଧୁଥିବ
ବାରବାର ହାତ ସାବୁନରେ ଭାଇ
ଭଲଭାବେ ଧୋଉଥିବ ।
ଲୁହ ସାଗରରୁ ରକ୍ଷା ପାଇବାକୁ
ଏହିତ ସହଜ ବାଟ
ଅମାନିଆ ହେଲେ କରୋନା କୋପରେ
ଲୁହେ ହେବ ଛଟପଟ ।
