STORYMIRROR

Bauribandhu Lenka

Tragedy

3  

Bauribandhu Lenka

Tragedy

ଲୁହ ନୁହେଁ ସେ ଲହୁ

ଲୁହ ନୁହେଁ ସେ ଲହୁ

1 min
278

ସବୁ ସମ୍ପର୍କକୁ ଛିନ୍ନ କରି ଦିନେ

ଛାଡି ଦେଇଥିଲି ଘର

ବାପା ମାଆ ଭାଇ ଭଉଣୀ ଯେ ଥିଲେ

କରି ଦେଇଥିଲି ପର


ପ୍ରଥମ ଦେଖାରେ ତୁମ ପ୍ରତି ଦିନେ

ହୋଇଥିଲି ଆକର୍ଷିତ 

ଭୁଲିଥିଲି ପରିବାରର ପ୍ରତିଷ୍ଠା

ଜାତି ଧର୍ମ ଆଉ ଗୋତ୍ର


ବହୁ ବାଧା ବିଘ୍ନ ସହିଥିଲ ତୁମେ

ଧରିବାକୁ ମୋର ହାତ

ଅବଶେଷେ ଆମେ ହୋଇଥିଲେ ଆମ

କାର୍ଯ୍ୟେ ବିଜୟ ମଣ୍ତିତ


ଆସିଥିଲି ତୁମ ଘରେ ହୋଇ ବଧୂ

ଦେଖିଥିଲି କେତେ ସ୍ୱପ୍ନ

ସ୍ୱପ୍ନ ମୋର ପୂର୍ଣ୍ଣ ହେବା ଦୂରେ ଥାଉ

କପାଳ ଲେଖା ମୋ ଭିନ୍ନ


ମହାକାଳ ଫଳ ବାହାର ସୁନ୍ଦର

ଭିତରେ ପୋଡା ଅଙ୍ଗାର

ପାଇଥିଲି ତୁମକୁ ମୁଁ ସେହି ରୂପେ 

ଦିଶିଲା ସବୁ ଅନ୍ଧାର


ଫୁଲଟିଏ ହୋଇ ଫୁଟିଥିଲି ମୁହିଁ

କେବଳ ତୁମରି ପାଇଁ

ବ୍ୟବସାୟ କଲ ମୋ ଦେହକୁ ନେଇ

ଅର୍ଥ ଊପାର୍ଜନ ପାଇଁ


ଫେରିବାକୁ ଚାହିଁ ଫେରି ପାରିଲିନି

ହୋଇଅଛି ମୁଁ କ୍ଷତାକ୍ତ

ବୃନ୍ତଚ୍ୟୁତ ମୋର ପାଖୁଡା ଗୁଡିକ

ବିଚ୍ଛୁରିତ ଇତସ୍ତତଃ


ଲୁହ ନୁହେଁ ଲହୁ ଢାଳେ ମୋ ନୟନ 

ଜିଇଁଛି ମୁଁ ମୃତବତ

ପ୍ରତିଦାନେ ପ୍ରେମ କରିଅଛି ମୋତେ

ପ୍ରତାରିତ ପ୍ରତାରିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy