STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଲୁହ ନ ଦିଅ ନୟନେ

ଲୁହ ନ ଦିଅ ନୟନେ

1 min
326


ବାପା

   ବାୟୁପାଣି ପରି ଥାଆନ୍ତି ସାଥେ

   ମାଆ,ଛୁଆ ବୋଝନିଅନ୍ତି ହସ୍ତେ,

   ଅମୁଲ୍ୟ ଦେବତା ସାଥି ଜଗତେ

   ଜନ୍ମଦେଇ ଧନ୍ୟ ଭାବନ୍ତି ହୃଦେ

   ଲୁହ ନ ଦିଅ ନୟନରେ ,

   ଭାସିଯିବ ଦିନେସେହି ଲୁହରେ ।


ବୋଉ

  ଧରାଠାରୁ ପରାସେ ବଡ଼ ଆମର

  ଜନ୍ମଦେଇ ଗଢେ ସୁନା ସଂସାର,

  ମାସ,ମାସ ଖଟେ ପିଲା ତା' ହାର

  କୋଟିଦେବତା ଠୁ ବଡ଼ସେ,ମୋର

  ଲୁହ ନ ଦିଅ ନୟନରେ,

  ଭାସିଯିବ ଦିନେ ସେଇ ଲୁହରେ ।


ବ୍ରାହ୍ମଣ

   ଗୁରୁ,ବ୍ରାହ୍ମଣ ଅଟନ୍ତି ବେଦସାର

   ପରଂବ୍ରହ୍ମ ସାକ୍ଷତ ସେ ଇଶ୍ୱର,

   କୂଳର ଦେବ ପୂଜିତ ସଂସାର

   ନର, ନାରାୟଣ ବ୍ରାହ୍ମଣ ସାର

   ଲୁହ ନ ଦିଅ ନୟନରେ,

   ଭାସିଯିବ ଦିନେ ସେଇ ଲୁହରେ ।


ବାବାଜୀ

  ଜଗତ ମଙ୍ଗଳ ଭାବନା ଯାର

  ନରରୂପୀ ସେ,ସାକ୍ଷାତ ଇଶ୍ୱର,

  ସଂସାର ଯେ,ପରିବାର ତାଙ୍କର

  ବିଷାଦ ହରେ ଦର୍ଶନେ ଆତ୍ମାର

  ଲୁହ ନ ଦିଅ ନୟନରେ,

  ଭାସିଯିବ ଦିନେ ସେଇ ଲୁହରେ ।


ବୈଷ୍ଣବ

   ସଦା ହରିନାମ କୀର୍ତ୍ତନେ ସାର

   ବୈଷ୍ଣବ ବିଷ୍ଣୁଙ୍କ ପ୍ରିୟ ନିଜର,

   ମଙ୍ଗଳ ମୟ ନାମ ପ୍ରଭାତର

   ଦୁର୍ଲ୍ଲଭ ଭକ୍ତିର ପରା ଆଧାର

   ଲୁହ ନ ଦିଅ ନୟନରେ,

   ଭାସିଯିବ ଦିନେ ସେଇ ଲୁହରେ ।


ବିଧବା

   ଦୁଃଖର ପାହାଡ଼ ଥାଏ ମଥାରେ

   ଲୁହର ଶ୍ରାବଣ ତା' ପଣତରେ,

   ସହିବାକୁ ଆଉ କଥା ସଂସାରେ

   ଧର୍ଯ୍ୟବନ୍ଧ ଭଙ୍ଗା ସେ ନଈଧାରେ

   ଲୁହ ନ ଦିଅ ନୟନରେ,

   ଭାସିଯିବ ଦିନେ ସେଇ ଲୁହରେ ।


ଜୀବନ ପାଇ

   ଛଅଟି "ବ "ଏ ଜୀବନେ ଅମୂଲ୍ୟ

   କେତେସେ,ସୁଖ ନୁହେଁ ସମତୁଲ,

   ମାନିଲେ ଲାଗଇ ପିୟୁଷ ତୁଲ୍ୟ

   ଅଳ୍ପ ଜୀବନରେ ଭରା କୈବଲ୍ୟ

   ଚିନ୍ତା,ଚେତନା ତୀରେ ରହି,

   ଚିନ୍ତାମଣି ସଦା ହୃଦେ ଜପଇ ।


   ମଣିଷ ପାଇଁ ଦୁଇଦିନ ଦୁଃଖ

   ବାପା,ବୋଉ ଦୂରେ ଯିବାର ଦୁଃଖ

   ସମ୍ପଦ ସେ ଆମ ଜୀବନ ସୁଖ,

   ମନ୍ଦିରେ ଦେବତା ସେ ଭାବ ଭୋକ

   କୋଳେଆଉ କିଏସେ ନେବ,

   ବିପଦ ବେଳେ ପ୍ରଭୁଙ୍କୁ ଡ଼ାକିବ ।


   ଅଜ୍ଞାନ ଅଟେ ନାହିଁମୋର ଜ୍ଞାନ

   ଯାହାଇଚ୍ଛା ପ୍ରଭୁ କର୍ତ୍ତା,କାରଣ,

   ହସ୍ତରେ ତାଙ୍କର ବାଣୀ ମୋ'ପ୍ରାଣ

   ନ ଜାଣଇ ମୁହିଁ କି 'ଭିନ୍ନା ଭିନ୍ନ

   ଲେଖୁଛି ପ୍ରଭୁ ଶରଣେ,

   ପ୍ରାଣଥିବା ଯାକେ ପ୍ରଣତି ଧ୍ୟାନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational