ଲୁହ ନ ଦିଅ ନୟନେ
ଲୁହ ନ ଦିଅ ନୟନେ
ବାପା
ବାୟୁପାଣି ପରି ଥାଆନ୍ତି ସାଥେ
ମାଆ,ଛୁଆ ବୋଝନିଅନ୍ତି ହସ୍ତେ,
ଅମୁଲ୍ୟ ଦେବତା ସାଥି ଜଗତେ
ଜନ୍ମଦେଇ ଧନ୍ୟ ଭାବନ୍ତି ହୃଦେ
ଲୁହ ନ ଦିଅ ନୟନରେ ,
ଭାସିଯିବ ଦିନେସେହି ଲୁହରେ ।
ବୋଉ
ଧରାଠାରୁ ପରାସେ ବଡ଼ ଆମର
ଜନ୍ମଦେଇ ଗଢେ ସୁନା ସଂସାର,
ମାସ,ମାସ ଖଟେ ପିଲା ତା' ହାର
କୋଟିଦେବତା ଠୁ ବଡ଼ସେ,ମୋର
ଲୁହ ନ ଦିଅ ନୟନରେ,
ଭାସିଯିବ ଦିନେ ସେଇ ଲୁହରେ ।
ବ୍ରାହ୍ମଣ
ଗୁରୁ,ବ୍ରାହ୍ମଣ ଅଟନ୍ତି ବେଦସାର
ପରଂବ୍ରହ୍ମ ସାକ୍ଷତ ସେ ଇଶ୍ୱର,
କୂଳର ଦେବ ପୂଜିତ ସଂସାର
ନର, ନାରାୟଣ ବ୍ରାହ୍ମଣ ସାର
ଲୁହ ନ ଦିଅ ନୟନରେ,
ଭାସିଯିବ ଦିନେ ସେଇ ଲୁହରେ ।
ବାବାଜୀ
ଜଗତ ମଙ୍ଗଳ ଭାବନା ଯାର
ନରରୂପୀ ସେ,ସାକ୍ଷାତ ଇଶ୍ୱର,
ସଂସାର ଯେ,ପରିବାର ତାଙ୍କର
ବିଷାଦ ହରେ ଦର୍ଶନେ ଆତ୍ମାର
ଲୁହ ନ ଦିଅ ନୟନରେ,
ଭାସିଯିବ ଦିନେ ସେଇ ଲୁହରେ ।
ବୈଷ୍ଣବ
ସଦା ହରିନାମ କୀର୍ତ୍ତନେ ସାର
ବୈଷ୍ଣବ ବିଷ୍ଣୁଙ୍କ ପ୍ରିୟ ନିଜର,
ମଙ୍ଗଳ ମୟ ନାମ ପ୍ରଭାତର
ଦୁର୍ଲ୍ଲଭ ଭକ୍ତିର ପରା ଆଧାର
ଲୁହ ନ ଦିଅ ନୟନରେ,
ଭାସିଯିବ ଦିନେ ସେଇ ଲୁହରେ ।
ବିଧବା
ଦୁଃଖର ପାହାଡ଼ ଥାଏ ମଥାରେ
ଲୁହର ଶ୍ରାବଣ ତା' ପଣତରେ,
ସହିବାକୁ ଆଉ କଥା ସଂସାରେ
ଧର୍ଯ୍ୟବନ୍ଧ ଭଙ୍ଗା ସେ ନଈଧାରେ
ଲୁହ ନ ଦିଅ ନୟନରେ,
ଭାସିଯିବ ଦିନେ ସେଇ ଲୁହରେ ।
ଜୀବନ ପାଇ
ଛଅଟି "ବ "ଏ ଜୀବନେ ଅମୂଲ୍ୟ
କେତେସେ,ସୁଖ ନୁହେଁ ସମତୁଲ,
ମାନିଲେ ଲାଗଇ ପିୟୁଷ ତୁଲ୍ୟ
ଅଳ୍ପ ଜୀବନରେ ଭରା କୈବଲ୍ୟ
ଚିନ୍ତା,ଚେତନା ତୀରେ ରହି,
ଚିନ୍ତାମଣି ସଦା ହୃଦେ ଜପଇ ।
ମଣିଷ ପାଇଁ ଦୁଇଦିନ ଦୁଃଖ
ବାପା,ବୋଉ ଦୂରେ ଯିବାର ଦୁଃଖ
ସମ୍ପଦ ସେ ଆମ ଜୀବନ ସୁଖ,
ମନ୍ଦିରେ ଦେବତା ସେ ଭାବ ଭୋକ
କୋଳେଆଉ କିଏସେ ନେବ,
ବିପଦ ବେଳେ ପ୍ରଭୁଙ୍କୁ ଡ଼ାକିବ ।
ଅଜ୍ଞାନ ଅଟେ ନାହିଁମୋର ଜ୍ଞାନ
ଯାହାଇଚ୍ଛା ପ୍ରଭୁ କର୍ତ୍ତା,କାରଣ,
ହସ୍ତରେ ତାଙ୍କର ବାଣୀ ମୋ'ପ୍ରାଣ
ନ ଜାଣଇ ମୁହିଁ କି 'ଭିନ୍ନା ଭିନ୍ନ
ଲେଖୁଛି ପ୍ରଭୁ ଶରଣେ,
ପ୍ରାଣଥିବା ଯାକେ ପ୍ରଣତି ଧ୍ୟାନେ ।
