STORYMIRROR

Sunanda B Mohapatra

Abstract

2  

Sunanda B Mohapatra

Abstract

ଲୁହ ବନାମ ରକ୍ତ

ଲୁହ ବନାମ ରକ୍ତ

1 min
14.2K


କେବେ ଦେଖିଛ,

ଗଛ କାଟିଦେଲେ ଜଙ୍ଗଲ କାନ୍ଦିବା ?

ପାଣି ଶୁଖି ଗଲେ ନଦୀ କାନ୍ଦିବା ?

ମଣିଷଟେ କମିଗଲେ, ଘର କାନ୍ଦିବା ?

ବରଷା ନହେଲେ ମାଟି କାନ୍ଦିବା ?

ଜହ୍ନ ନଉଇଁଲେ ଆକାଶ କାନ୍ଦିବା ?

ଫୁଲ ନଫୁଟିଲେ ଗଛ କାନ୍ଦିବା ?

ବନ୍ଧ୍ୟା ନାରୀର ମାତୃତ୍ୱ କାନ୍ଦିବା ?

ଉପେକ୍ଷିତା,ଅସହାୟା ମାଆଟିଏ କାନ୍ଦିବା ?

ନ୍ୟାୟ ନପାଇ ପୀଡ଼ିତାଟେ କାନ୍ଦିବା ?

କିଏ କହିଲା ଏମାନେ କାନ୍ଦନ୍ତିନି ??

ଏମାନେ କାନ୍ଦନ୍ତି...ଖୁବ୍ କାନ୍ଦନ୍ତି...

ଗୁମୁରି ଗୁମୁରି...

ଫରକ୍ ଏତିକି,

ଏମାନେ କାନ୍ଦିଲେ, ଲୁହ ଝରେନି, ରକ୍ତ ଝରେ....!!

ଯେମିତି, କାନ୍ଦେ ମୁଁ, ମୋତେ କେହି ବୁଝି ନପାରିଲେ ....

ଠିକ୍ ସେମିତି,ଯେମିତି ଚିହ୍ନିବି ନଚିହ୍ନିଲେ ଈଶ୍ୱର କାନ୍ଦନ୍ତି ନୀରବରେ..!!!


સામગ્રીને રેટ આપો
લોગિન

Similar oriya poem from Abstract