ଲୁଚି ଆଖି ଲୁହ ପୋଛେ
ଲୁଚି ଆଖି ଲୁହ ପୋଛେ
ହରାଇବା ପାଇଁ କିଛି ନାହିଁ ମୋର
କେବଳ ତୁମେ ହିଁ ବାକି
ଜୀବନର ବାଟ ଚାଲଛି ଏକାକୀ
ତୁମରି ସାହର ରଖି !
ପାଦେ ପାଦେ ମୋର କେତେ ଅବରୋଧ
କଣ୍ଟା ରହିଅଛି ଭରି
ତଥାପି ଥମୁନି ଏ କ୍ଷତାକ୍ତ ପାଦ
ମାନୁନି ଯିବାକୁ ହାରି !
ଭୁଲ୍ କାଲି କିବା ଭାବି ଆପଣାର
ସେହି ପ୍ରଥମ ଦେଖାରେ
ତୁମରି ଦୂରତା ଦିଏ ମନେ ବ୍ୟଥା
ସହ୍ୟ ମୁଁ କରି ନପାରେ !
ହୃଦୟେ ଦହନ କୁହୁଳି ଉଠୁଛି
ଲିଭୁନି ଚାହିଁଲେ ଯେତେ
ତୁମ ଭାବନାରେ ରାତିର ଅନ୍ଧାରେ
ଲୁଚି ଆଖି ଲୁହ ପୋଛେ !

