STORYMIRROR

Sangita Mishra Satapathy

Tragedy

3  

Sangita Mishra Satapathy

Tragedy

ଲୋତକରେ ଭିଜାମାଟି

ଲୋତକରେ ଭିଜାମାଟି

1 min
271

ଆଦ୍ଯ ଆଷାଢର ପହିଲି ବର୍ଷାରେ

ଭିଜାମାଟିର ମିଠା ବାସ୍ନାରେ 

ମନ ହଜିଯାଏ ସ୍ମୃତି ମନେପଡେ

କଦମ୍ବ ,ମାଳତୀ ମିଠା ମହକରେ।୧॥

ଚଷାପୁଅ ଧାଏଁ ନିଜ ବିଲ ଆଡେ

ଝିଙ୍କାରିର ଝିଂ ଝିଂ ଶୁଭିଯାଏ

ବେଙ୍ଗୁଲୀ କେଁ ,ଞକେଁ ରଡୁଥାଏ

ଗାଁ ମାଟି ଭିଜି ଭିଜି ବାସୁଥାଏ।୨॥

ଅଦିନ ବର୍ଷାରେ ଆଜି

ଲୋତକ ବର୍ଷାରେ ମାଟିତ ଭିଜୁଛି

"ଜ୍ଯୋତି"ମାଆ ବାପା ଆଖିର ଲୁହରେ

ଅରିନ୍ଦମ୍"ସୀତାରାମ "ର ତ୍ଯାଗରେ୩॥

ଗଜରାଜର ଲୋତକ ଧାରରେ

ଭିଜିଯାଏ ମନ,ହୃଦ ଲୋତକରେ।

ଲୋତକରେ ଭିଜାମାଟି ଦେଖିଯାଅ

ଗଛଲତା ବି ତ ଢାଳୁଛନ୍ତି ଲୁହ।୪॥

କି ଅଛି ଅବା ଦେବେ ଶ୍ରଦ୍ଧାଞ୍ଜଳି !

ମା' ,ମାଟି ଦିଏ ଲୁହ ଅର୍ଘ୍ଯ ଢାଳି

ସେ ଲୁହରେ ଆଜି ମାଟି ତ ଭିଜିଛି।

ତ୍ଯାଗ, ବଳିଦାନର କଥା ବଖାଣୁଛି। ୫॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy