STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଲୋକ ଦେଖାଣିଆ ହସ

ଲୋକ ଦେଖାଣିଆ ହସ

1 min
239

ହେଉ ପଛେ ଲୋକ ଦେଖାଣିଆ ହସିବାକୁ ପଡ଼େ। 

ଯେଉଁ ଆଖି ହସି ଦିଏ ଭିଡ଼ କୋଳାହଳେ

କେବେ ଲୁଚି ଦେଖ ଏକାନ୍ତରେ 

ସେ ଆଖିରୁ ଅହରହ ରକ୍ତର ଶ୍ରାବଣ ନିଗିଡେ। 


ହଁ ଅନେକ କିଛି ଭୁଲି ଯିବାକୁ ପଡ଼େ। 

ମନେରଖି ବି କେଉଁ ଅତୀତକୁ ଫେରିହେବ ଯେ !

ବାସ୍ ଏଇ ମୁହୂର୍ତ୍ତର ଜୀବନର ଭଉଁରୀ ଭିତରେ

ଉବୁଟୁବୁ ହୋଇ ଆଶାର ପଦ୍ମନାଡ ତୋଳିବାକୁ ପଡ଼େ। 


ଜମାଟ ବନ୍ଧା ଲୁହ ସବୁକୁ ଫିଙ୍ଗିବାକୁ ପଡ଼େ। 

ହସ ମାନେ ସାଜନ୍ତି ଅସ୍ଥାୟୀ ସଙ୍ଗାତ

ଘଡ଼ିଏ କୁତୁ କୁତୁ କରି ଉଭାନ ହୋଇଯାନ୍ତି କେଉଁଆଡେ

କୋହ ସାଥେ ସମ୍ପର୍କ ବାନ୍ଧିବାକୁ ପଡ଼େ। 


ଏ ସବୁ ଭିତରେ ବି ବଞ୍ଚିବାକୁ ପଡ଼େ। 

ଜୀବନ ଜିଇଁବାର ନିଶା ଖୁବ୍ ଘାରେ ଓ ଉତୁରେ

କେବେ ସ୍ମୃତି ମାନେ ଭିଡ଼ି ଧରନ୍ତି ଚାଲିବା ବାଟକୁ

କେବେ ସ୍ୱପ୍ନର ଆହୁଲାରେ ନୌକା ଆଗକୁ ବଢ଼େ। 


ଅବଶ୍ୟ ବେଶ୍ କିଛି ମନେ ରଖିବାକୁ ବି ପଡ଼େ। 

କିଛି ଅନୁଭବ ଓ ଅନୁଭୂତିର ସ୍ତବକ

ଯାହା ଅନୁକୂଳ ବାୟୁ ସାଜେ ମଝି ଦରିଆରେ

ଓ ଜୀବନକୁ ଜୀବନଠାରୁ ଚୋରାଇବାକୁ ପଡ଼େ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract