ଲଣ୍ଠନ
ଲଣ୍ଠନ
ଆଲୋକର କ୍ଷୁଦ୍ର ଉତ୍ସଟେ ହେଲେ ବି
ଲଣ୍ଠଣ ଆଲୋକ ଶିଖା,
ଝଡ଼ବରଷାର ଅନ୍ଧାର ରାତିରେ
ହୁଅଇ ମାନବ ସଖା,
ଆବଦ୍ଧ କାଚ ଭିତରେ,
ଲିଭେ ନାହିଁ ବୋଲି ନିର୍ଭୟେ ମନୁଷ୍ୟ
ତା'କୁ ବ୍ୟବହାର କରେ ।
ସବୁରି ହୃଦୟେ ଆବଦ୍ଧ ରହିଛି
ସେମିତି ଉଜ୍ଜ୍ୱଳ ଜ୍ୟୋତି,
ଧରା ଆଲୋକିତ ହୋଇବ ତାହାର
ପ୍ରକାଶେ ରହିଲେ ମାତି,
ଛାଡ଼ି ଦେଇ ମନୁ ଭୀତି,
ହୃଦ ଲଣ୍ଠଣକୁ ଜଳାଇ ରଖିଲେ
ହେବ ନିଜ ଅଗ୍ରଗତି ।
ଜାଗରେ ମାନବ ତୁମେ ନୁହେଁ ଏକ
କୋଟିଏ ଲଣ୍ଠଣ ପରି,
ଜଳାଇ ନିଜର ହୃଦତନ୍ତ୍ର ଦିଅ
ଅନ୍ଧକାର ଅପସାରି,
ସାଜି ଆଲୋକବର୍ତ୍ତିକା,
ନିଜେ ଜଳି ଆନେ ଆଲୋକ ଦେଖାଇ
ସର୍ବ ପଥେ ହୁଅ ସଖା ।