STORYMIRROR

subrat kumar jena

Inspirational

4  

subrat kumar jena

Inspirational

ଲଣ୍ଠନ

ଲଣ୍ଠନ

1 min
146

ଜାଣେନା ଅନ୍ଧାରିତ୍ୱର ସୀମା,

ବୁଝେନି ବାଷ୍ପରୁଦ୍ଧର କଷ୍ଟ,

କାହାକୁ ପଚାରେନି ଜନ୍ମର ତାରିଖ,

ଖୁସି କିମ୍ବା ଦୁଃଖ କରେନି ସେ,

କାହାକୁ କଳା ଗୋରା ଚେହେରାକୁ ଦେଖି ।


ତଥାପି ସେ ଜଳେ,

ବିନା କଷ୍ଟରେ ବିନା ଅଭିଯୋଗରେ ,

ପଚାରିବ ପଚାରିବ ହୁଏ ,

ହେଲେ କାହାକୁ ବା ପଚାରିବ ,

ତାର ଜଳିବାର କାରଣ ସବୁ କଅଣ ?

କେବେ କେବେ ତାକୁ ବୋଧେ କଷ୍ଟ ହୁଏ,

କଳା ଧାସରେ ପୁରା କାଳିଆ ହୋଇଯାଏ,

ତଥାପି ସେ ସେକଥା କାହାକୁ ପାରେନା କହି ।


ହେଲେ ମନରେ ବାନ୍ଧିଛି ସାହସ,

ସବୁ ନହେଲେବି କରିବ ସେ କିଛି,

ତାର ସ୍ୱଳ୍ପ ଆଲୋକରେ ହରାଇବ ଅନ୍ଧକାରକୁ,

ସେ ହୋଇପାରେ ଅଶିକ୍ଷାର କିମ୍ବା କୁସଂସ୍କାରର,

ବାର୍ତ୍ତାଟିଏ ଦେବାକୁ ଇଚ୍ଛା କରେ,

କାହାର ଭରସାକୁ କେବେ ନ ଭାଙ୍ଗିବାକୁ ,

ସେ ହୋଇପାରେ ଦୁଃଖିଟିଏ ଅବା ପ୍ରତିପତ୍ତିଶାଳୀ ।


ନିଜ ମଧ୍ୟରେ ସେ ଜଳି ଚାଲେ ଅହରହ,

କଣ୍ଠରୋଧ ବାଷ୍ପରୁଦ୍ଧ ହୋଇ,

ସଳିତାର ସାହାରାରେ ଆଉ କିଛି କିରୋସିନକୁ ନେଇ,

ଲଭିନାହିଁ କେବେ ଅମରତ୍ୱ,

ମାଗିନାହିଁ କେବେ କାହାଠାରୁ ଚିର ନୂତନତ୍ଵର ଆଶିଷ,

ଜଳିଚାଲେ ଦୁନିଆର ଅନ୍ଧକାରକୁ ଦୁରେଇବା ଲାଗି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational