STORYMIRROR

Dharitri Das

Abstract Others

3  

Dharitri Das

Abstract Others

ଲଣ୍ଠନ

ଲଣ୍ଠନ

1 min
352


ଯୁଗଥିଲା ସେତେବେଳେ ମାଆ ଆମର

ଦିନ ଦୁଇଘଡ଼ି ଥାଉଁ ସେ ଉଜାଗର।

ସନ୍ଧ୍ୟା ଆଗମନ ଦେଖି ପ୍ରସ୍ତୁତ ହୁଏ

ଲଣ୍ଠନ ପୋଛି ପାଛି ଡିବିରି ଲଗାଏ।

ପ୍ରାର୍ଥନା ସାରି ଆମେତ ଧରି ଲଣ୍ଠନ

ବସ୍ତାନୀ କାନ୍ଧେ ଥୋଇ ଯାଉ ଟିଉସନ।

ପାଠପଢା ଆଦି ସମସ୍ତ କାର୍ଯ୍ୟ ପାଇଁ

ଲଣ୍ଠନ ଥିଲା ଏକମାତ୍ର ସାହାରା ହୋଇ।

ଏବେ କିନ୍ତୁ ନାହିଁ ଆଉ ସେ ଲଣ୍ଠନ ଯୁଗ

ପୁରେ ପୁରେ ବିଜୁଳି ହୋଇଅଛି ସଂଯୋଗ।

ପ୍ରତି ଘରେ ଗୋଟାଏ ଯୋଡ଼େ ଲାଇଟି

ଲଗାଇ ଦିଅନ୍ତି ବିଜୁଳି ଗଲେ ତ କଟି।

ଲଣ୍ଠନକୁ କିଏବା ପଚାରିବ କାହିଁକି

ବିଜୁଳି ଆଲୁଏ ସର୍ବେ ପଢିବେ ବହିକି।

ହେଲେ ଆମ ଗାଆଁ ଟିକିଲି ଆଇଟି

ସାଇତି ରଖିଛି ତାର ଲଣ୍ଠନ ଗୋଟି।

ଲଗାଇ ଦିଏ ବିଜୁଳି ଗଲେ କଟି

ଦରକାର ନାହିଁ ତାର ଚାର୍ଜ ଲାଇଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract