Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Tragedy Others

4  

Arjuni charan Behera

Tragedy Others

ଲକ୍ଷେ ରାଜାର ମଉଡ଼ମଣି

ଲକ୍ଷେ ରାଜାର ମଉଡ଼ମଣି

1 min
231


  

ଧୁଳିଆ ଜନ୍ଦାଟେ କେଉଁଠୁ ଅଇଲା 

ରୁଟ କି କାମୁଡ଼ି ଦେଲା l

ଫୁଲଟିଏ ମୋର ଫୁଲଗଛ ସାଥେ 

ସମୂଳେ ଉପୁଡ଼ି ଗଲା ll

ଗନ୍ଧର୍ବ ରାଇଜୁ ଅଭିଶାପ ପାଇ 

ଆସିଥିଲା ଏ ମରତେ l

କମଳ ଦେଶର ରାଜକୁମାର ସେ 

ଧରି ପୁଷ୍ପଧନୁ ହାତେ ll

ନମସ୍ତେ ହେ ପ୍ରଭୁ ଜଗନ୍ନାଥ ତୁମେ 

ନାଥ ଅନାଥ ଜନର l

ଗାଇଲା ବନ୍ଦିଲା ତୁମ ନାମେ ଧାମେ 

ଗାୟକ ପ୍ରଫୁଲ୍ଲ କର ll

ରାଧିକା ବୋଇଲେ ଦୁତିଗୋ ସଜନୀ 

ମୋତେ କରି ଅଛି ଜର l

ଉତ୍ଫୁଲିତ କର ପ୍ରଫୁଲ୍ଲ ସଙ୍ଗୀତେ 

ବ୍ୟାଧି ଯିବ ମୋର ଦୂର ll

ଶେଷ ଶ୍ରାବଣରେ ରିମି ଝିମି ବର୍ଷେ 

ଘୋର ନାଦେ ବର୍ଷାରାଣୀ l

ତ୍ରିରଙ୍ଗା ଉଡ଼ୁଛି ଆକାଶେ ଗଙ୍ଗାରେ 

ବହିଗଲା କେତେ ପାଣି ll

କାଳି କପାଳି ଲୋ ନର ମୁଣ୍ଡ ମାଳି 

ଦେଲି ତୋତେ ବଳି ଭୋଜା l

ଲକ୍ଷେ ରାଜାଙ୍କର ମଉଡମଣୀ ସେ 

ସଙ୍ଗୀତରେ ମହାରାଜା ll

ଆସ ଆସ ମିତ ଆସ ମୋ ସଙ୍ଗାତ 

ବେଳ ମୋର ହୋଇଗଲା l

କଥାଟିଏ କହି ପ୍ରଫୁଲ୍ଲ ଭାଇ ମୋ 

କେଉଁ ଆଡ଼େ ଚାଲିଗଲା ll

ଲକ୍ଷେ ଓଡ଼ିଆର ହୃଦୟେ ଭାଇ ହେ 

ରଚିଛ ତୁମରି ବାସ l

ସାହିତ୍ୟ ସାଧନା ସଙ୍ଗୀତ ମୂର୍ଚ୍ଛନା 

କାଳେ ଯିବ ନାହିଁ ନାଶ ll

ଏତିକି ମିନତି କମଳା ବଲ୍ଲଭେ 

ଦୟାକର ପୀତବାସ l

କମଳ ଦେଶର ରାଜକୁମାରଙ୍କୁ 

କମଳରେ ଦିଅ ବାସ ll

     


Rate this content
Log in

Similar oriya poem from Tragedy