Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ଲିଳାମୟ ଠାକୁର

ଲିଳାମୟ ଠାକୁର

1 min
149



ଗିରିବର ତୋଳିଆ ହେ ଜଗା କାଳିଆ

କେତେ ଲିଳା ଲଗାଇଛ 

କେତେ ଲିଳା ଲଗାଇଛ ହେ ଚକା ଡୋଳିଆ ।


ମ‌ହା ମୋହଦଧି ତୀରେ ନୀଳ କନ୍ଦର ଭିତରେ

ଶଂଖ ନାଭି କ୍ଷେତ୍ର ବାସି ଘନ କାଳିଆ 

ଅପ୍ରମିତ ଦୁଃଖ ରାଶି ସଂସାର ଯାଉଛି ଭାସି

କାହିଁ କର ହରବର ବାଙ୍କ ଚୁଳିଆ

କେତେ ଲିଳା ଲଗାଇଛ ଜଗା କାଳିଆ ।


ଜାହ୍ନବୀ ପ୍ରବାହେ ପାଦୁ ପାପ ନାଶେ ଜଳ ବିନ୍ଦୁ

ବିନତା ସୁତ ଆସନେ ବନମାଳିଆ

କେତେ ମାୟା ମାୟାଧର ମାୟାରେ ବୁଡେ ସଂସାର

କେତେ ନାଟ ରଚୁ ଅଛ ନଟ କୁଟିଆ

କେତେ ଲିଳା ଲଗାଇଛ ଜଗା କାଳିଆ ।


ଭକତ ବତ୍ସଳ ବନ୍ଧୁ ଦୀନବନ୍ଧୁ କୃପାସିନ୍ଧୁ

ଦୁଃଖୀ ଦିନ କାନ୍ଦୁ କାନ୍ଦୁ ନସରେ କିଆଁ

ନିଷ୍ଠୁର କୁହ କିପାଇଁ ଶ୍ରୀକ୍ଷେତ୍ର କଳା ଗୋସାଇଁ

ନଟନାଗର ହେ କଳ୍ପବଟ ମୁନିଆ

କେତେ ଲିଳା ଲଗାଇଛ ଜଗା କାଳିଆ ।


ଶ୍ରୀବତ୍ସ ଲାଞ୍ଚ୍ଛନ ହରି ଅନନ୍ତ ଅଙ୍କ ବିହାରୀ

ଆହାକି ସୁଢଳ ଦିଶେ ଜାମୁଡାଳିଆ

ଆତଙ୍କ ନାଶନ ବାନା ଯଦୁକୁଳ କୁଳ ଚନ୍ଦ୍ରମା

ଶରଣ ତୋ ପଦ୍ମପାଦେ କାଳିଦଳିଆ

କେତେ ଲିଳା ଲଗାଇଛ ଜଗା କାଳିଆ ।


ପାପ ଜନ୍ମ ଜନ୍ମାନ୍ତର ଖଣ୍ଡିବ ପ୍ରଭୁ ମୋହର

ଏହି ଅଳି କରୁଅଛି ଶିଖୀଚୁଳିଆ

ନାହିଁ ମୋର ଅନ୍ୟ ଗତି ଶ୍ରୀଚରଣେ ରଖି ମତି

ଭଜନ କରୁଛି ନିତି ଗୁଞ୍ଜମାଳିଆ

କେତେ ଲିଳା ଲଗାଇଛ ଜଗା କାଳିଆ ।



Rate this content
Log in

Similar oriya poem from Fantasy