STORYMIRROR

Manoja kumar Pattnayak

Abstract Classics Fantasy

4  

Manoja kumar Pattnayak

Abstract Classics Fantasy

ମୋ ଗାଁଆ

ମୋ ଗାଁଆ

1 min
305

ମୋ ଗାଁ ର ଏହି ଦାଦନ ଭାଇ ଙ୍କୁ

ଦେଖି ଯାଅ ଆସିଥରେ

ସୁରଟ ରୁ ଆସି ଓଡ଼ିଆ ଜାଣିନି

ହିନ୍ଦୀ ରେ ସେ କଥା ହୁଏ

ବସିବାକୁ କୁହେ ବେଠ୍ ଯାଓ ବୋଲି

ଖାଦ୍ୟକୁ କୁହେ ଖାନା

ସେ କାଳେ କୁଆଡେ ଗାଉଁଲି ନୁହଁଇ

ସହରୀ ରେ ହୁଏ ଗଣା

ମୋ ଗାଁ ସ୍କୁଲ୍ ର ପିଲା ମାନେ ସବୁ

ସହର କଲେଜ୍ ଗଲେ

ଖଣ୍ଡୀ ଇଂରାଜୀ କୁ ଘୋଷିଦେଇ ଆସି

ଦାଣ୍ଡରେ ଚୋବାଉ ଥିଲେ

ଖାଇ ବାକୁ କୁହେ ଇଟ୍ ବୋଲି

ବସିବାକୁ କୁହେ ସିଟ୍

ଗାଁ ରୁ ଯାଇକି ସହରେ ରହିକି

ବୋଲନ୍ତି ନିଜକୁ ଫିଟ୍

ମୋ ଗାଁର ଏହି କୃଷକ ଭାଇ କୁ

ଦେଖି ଯାଅ ଆସି ଥରେ

କ୍ଷେତକୁ ସେ ଆଉ ଲଙ୍ଗଳ ନେଉନି

ହଳ କରେ ମେସିନ୍ ରେ

ତା ପୁଅ କାଳେ ଇଂଲଣ୍ଡ ରେ ରୁହେ

ଦେଇଛି ହଳ ମେସିନ୍

ଗାଁ କୁ ସେ କାଳେ ଉନ୍ନତ କରିବ

ରୀତି ନୀତି ଭୁଲି ଯାଇ

ମୋ ଗାଁ କୃଷକ କହୁଛି

ସେ ଟ୍ରାକ୍ଟର ରେ ହଳ କରୁଛି

ଲଙ୍ଗଳ ତାହାର ଭାଙ୍ଗିଛି

ବଳଦ କୁ ତଡା ଦେଇଛି

ମୋ ଗାଁର ସେଇ ଭୋଳା

ହାତରେ ଧରିଛି ଆଣ୍ଡ୍ରଏଡ ଫୋନ୍

ଛାତିର ବୋତାମ୍ ଖୋଲା

ସ୍କୁଲ୍ ନ ଯାଇ ମୋବାଇଲ୍ ରେ ପଢେ

ଅନ୍ ଲାଇନ୍ କ୍ଲାସ୍ ପରା

ମୋ ଗାଁ ର ସେଇ ବାଗୁଡ଼ି ଖେଳ

ବହୁତ ସୁନ୍ଦର ଲାଗେ

ଚପଳ ଶିଶୁ ଙ୍କ ବୋହୂ ଚୋରି ଖେଳ

ଆଜି ବି ମନେ ପକାଏ

ଆଉ ନାହିଁ ମୋ ଗାଁ ଦାଣ୍ଡର ଧୂଳି

ସତେକି ଯାଇଛି ସେ ସମୟ ସରି

ଆଉ କି ଫେରିବ ମୋ ପିଲାଦିନ

କେତେ ଭଲ ଥିଲା ମୋ ବାଳୁତ ଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract