STORYMIRROR

Dr. Rajib Lochan Panigrahy

Action Fantasy Inspirational

4  

Dr. Rajib Lochan Panigrahy

Action Fantasy Inspirational

ଟଙ୍କା

ଟଙ୍କା

1 min
251


ଦୁନିଆରେ ସର୍ବସ୍ବ ଟଙ୍କା

ଟଙ୍କା ପାଇଁ ସବୁ ରଙ୍କା,

ଟଙ୍କା ନ ଥିଲେ ମୁହଁ ବଙ୍କା

ସବୁ ଜନ ଧାଉଁଛନ୍ତି

ହାତେଇବାକୁ ଟଙ୍କା,

ଯେତେ କର୍ମ ଯେତେ ଧର୍ମ

ପାଇବାକୁ ଟଙ୍କା,

ଟଙ୍କା ନଥିଲେ

କି ସଖା କି ସହୋଦର

ସମସ୍ତଙ୍କ ମୁହଁ ବଙ୍କା,

କଥାରେ ଅଛି ପରା

"ସମ୍ପଦରେ ସବୁ ସଖା

ବିପଦେ ନ ଦିଅନ୍ତି ଦେଖା "|

ସମ୍ପଦ ଏଠି ଟଙ୍କା

ବିପଦ ଏଠି ଟଙ୍କା,

ହୁଏ ବି ଏମିତି ଏଠି

ନ ଥିଲେ ଟଙ୍କା

ଜନମିଲା ପୁଅକୁ ବି

ପଚାରେନି ବାପା ମା |

ବନ୍ଧୁ ବାନ୍ଧବ ବି

ମିସନ୍ତିନି ଜମା

ନ ଥିଲେ ଟଙ୍କା,

ରାସ୍ତା ବି କହିଦିଏ କଥା

ଛୋଟ ରୁ ଛୋଟ ବି

ରଖେ ନାହିଁ କଥା

ନ ଥିଲେ ଟଙ୍କା,

ପାଖ ମାଡ଼େନା କେହି |

ଟଙ୍କା ଥିବା ଲୋକପାଖେ

ଥାଆନ୍ତି ସଭିଏଁ 

ଲାଞ୍ଜ ହଲା କୁକୁର ପରିକା,

ସେହି ଜନ କୃପଣ ହେଲେବି

ପାଶେଥିଲେ ତାଙ୍କ

ନିଜକୁ ମଣନ୍ତି ଗୌରବ l

ସମାନ ମଣିଷର ଅଲଗା ରୂପ,

ଟଙ୍କା ନ ଥିବା ଜନଙ୍କୁ

ଆଡ ଆଖିରେ ନ ଚାହିଁ

ଟଙ୍କା ଥିବା ଜନ ପାଖେ

ସୁଖ ମାନିବାର l

ଯେତେ ପାଠ ଯେତେ ଶିକ୍ଷା

ଟଙ୍କା ପାଇଁ ଏଠି,

ଟଙ୍କା ଅରଜିଲା ବେଳେ

ଯେତେ ତଳକୁ

ହେଲେ ବି ଖସିବାକୁ

ଭୁଲିଯାନ୍ତି ଦୁନିଆ ,

କିଛି ଜନ ଚେଷ୍ଟିତ ଖାଲି

ଅର୍ଜିବାକୁ ଟଙ୍କା

ଭୁଲିଯାନ୍ତି ସେମାନେ

ମଣିଷ ପଣିଆ l

ଟଙ୍କା ନ ଥିଲେ ଏଠି

ମିଳିବନି କିଛି

ବିପଦରେ ପଡିଲେ ବି

ଆହା କରିବେନି କେହି l

କେତେ ଜନ ଲଢ଼ୁଛନ୍ତି ଖାଲି

ଅର୍ଜିବାକୁ ଟଙ୍କା

ଭୁଲିଯାନ୍ତି ସବୁ କିଛି ଶିକ୍ଷା

ଦୀକ୍ଷା ମଣିଷ ପଣିଆ l

ଅର୍ଜିବାକୁ ହେଲେ ଟଙ୍କା

କେତେକ ଲୋକ

ଭୁଲନ୍ତିନି କରିବାକୁ

ଅନ୍ୟାୟ ଅନୀତି

ଅବା କେତେ ଯେ ଦୁର୍ନୀତି,

ବହୁ ଜନଙ୍କ ଅନିଷ୍ଟ ହେଲେ ବି

ପଛକୁ ଅନାଏନି ସେହି l

ଏସ ଆରାମରେ ଜୀବନ

ବିତାଏ ଯେ ସେହି

ଦେଖେଇ ହୁଏ ବହୁତ

ଅନ୍ୟକୁ ଟଙ୍କା ଅଛି କହି l

ଧର୍ମ ଆଧ୍ୟାତ୍ମ୍ୟ ଜୀବନ

ଭଲ ଲାଗେ ନାହିଁ

ଦୁନିଆ ରେ ସବୁ କର୍ମ

ଟଙ୍କା ଅରଜିବା ପାଇଁ l

ତେଣୁ ଲୋକ କଥା ଅଛି

"ସତ୍ୟ ରେ ଋଷି

ଦ୍ୱାପରରେ କପି

ତ୍ରେତୟା ରେ ଗୋପୀ

କାଳିରେ ରୁପି (ଟଙ୍କା)" |

ଟଙ୍କା ନଥିଲା ଜନଟି

ଧର୍ମ ଅରଜଇ

ଇହକାଳେ ଥିବାଯାଏ 

ଶାନ୍ତି ରେ ରହଇ,

ପରାକାଳେ ବୈକୁଣ୍ଠେ

ସେହି ଯେ ବସଇ,

ଟଙ୍କା ନ ଥିବା ଲୋକକୁ

ସହିବାକୁ ହୁଏ ଦୁଃଖ କଷ୍ଟ 

ଏସବୁ ପାର ହେବାକୁ

ଆଦରେ ଅଧ୍ୟାମ୍ୟ l

ଟଙ୍କା ଥିବା ଜନଙ୍କୁ

ଆସଇ ବିପଦ

ସେତେ ବେଳେ କେହି ଜନ

ନ ମାଡନ୍ତି ପାଖ,

ଏମିତି ଅବସ୍ଥା ହୁଏ

ଚଳିବା ବି ହୁଏ କଷ୍ଟ,

ସେତେବେଳେ ଜାଣେ ସେହି

ଟଙ୍କାର ମୂଲ୍ୟ,

ହେଜି ହୁଏ ମନକୁ

ଟଙ୍କା ନୁହଁଇ ସର୍ବସ୍ବ

ସବୁ ଜାଣି ବି ମଣିଷ

କୁହେ ଟଙ୍କା ହିଁ ସର୍ବସ୍ବ l



Rate this content
Log in

Similar oriya poem from Action