ହିରୋ
ହିରୋ
ମଣିଷ ମନରେ ହିରୋ
ହେବାକୁ ଚାହାଁନ୍ତି ସଭିଏଁ
କେହି କେହି ଦେଖନ୍ତି
ନିଜକୁ ବନାଇ ହିରୋ
କେହି କେହି ମନେ ମନେ
କେହି କାର୍ଯ୍ୟକଲାପରେ
କେହି ବାହାସ୍ପୋଟରେ |
ହିରୋ ତ ସମସ୍ତେ
ଭିନ୍ନ ଭିନ୍ନ କ୍ଷେତ୍ରେ
କେହି ମାନବ ବାଦରେ
ହେହି ସମାଜ ସେବାରେ
କେହି ଯିବେ ଦୟାରେ
କେହି ସାହି ପଡିଶାରେ |
ହିରୋ କହିଲେ ବୁଝନ୍ତି
ସଭିଏଁ କେଉଁ ଚଳଚ୍ଚିତ୍ରର
ହିରୋ ଭୂମିକାରେ ନାଚନ୍ତି ତ
କେହି ଅପେରା, ଡ୍ରାମାର
ପ୍ରକୃତ ହିରୋ ଅଛନ୍ତି
ସୀମା ସୁରକ୍ଷାରେ
ଦେଶକୁ ସୁରକ୍ଷା ଦେଇ
ଆହୁରି ହିରୋ ଅଟନ୍ତି
ଆମ ପୋଲିସ ଭାଇ
ହିରୋ ଅଟନ୍ତି ଆମ
ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତର
ବୈଜ୍ଞାନିକ, ଗବେଷକ
ଅଟନ୍ତି ପ୍ରକୃତ ହିରୋ |
ଏବେ ହିରୋ କହିଲେ
ସମାଜରେ ଅଟନ୍ତି
କୁଜିନେତା ଓ ଭ୍ରଷ୍ଟାଚାର
ଗୁଣ୍ଡା, ବଦମାସ, ମାଫିଆ
ଆତ୍ମ ପରିଚୟେ ହିରୋ
ହିରୋ ର ଅର୍ଥ କି
ବୁଝିବେ ସେମାନେ
ଦୟାର କଣ ନ ଜାଣନ୍ତି
ମାୟା ରେ ପଡି ଭୁଲି ସବୁ
ନିଜକୁ ହିରୋ ବୋଲାନ୍ତି |
