ହିରୋ
ହିରୋ
ପ୍ରେମ ସପନରେ ଯିଏ ହଜିଯାଏ
ସପନ ବଣିକ ସିଏ
ସଚିତ୍ର ନାୟକ ହିରୋ ପରିଚୟ
ସ୍ଵାଭିମାନେ ବଞ୍ଚି ଥାଏ
ମହା ଅଭିନେତା କର୍ମବୀର ସଦା
ରଙ୍ଗ ମଂଚେ ପ୍ରେକ୍ଷାଳୟେ
ଦର୍ଶକ ମନରେ ଜାଗରଣ ଆଣେ
ଚାରିତ୍ରିକ ଅଭିନୟେ ।
ସପନ ରାଇଜେ ସାଜେ ସିଏ ହିରୋ
ପ୍ରେମିକ ପ୍ରବର ବୋଲି
ପ୍ରେମ ପାଇଁ ପ୍ରେମୀ ଦିଏ ଜଳାଞ୍ଜଳି
କିଏବା ପାରିବ ଭୁଲି ।
ସୀମାନ୍ତେ ଜଗିଛି ଜାଗ୍ରତ ପ୍ରହରୀ
ସେଯେ ଆମ ସଚ୍ଚା ମିତ
ଦେଶମାତୃକାର ସୁଯୋଗ୍ୟ ସନ୍ତାନ
ଜୀବନ ଉତ୍ସର୍ଗିକୃତ ।
ପ୍ରକୃତ ହିରୋର ସୁପରିଚୟ
ସେବା ଧର୍ମ ମହନୀୟ
ସାମୁହିକ କାର୍ଯ୍ୟ ମଙ୍ଗଳ ବିଧାନ
ସମାଜରେ ଗ୍ରହଣୀୟ ।
ହିରୋ ସ୍ମୃତି ଛବି ଉଦ୍ଭାସିତ ଆଜି
ଅବିସ୍ମରଣୀୟ ଫର୍ଦ୍ଦେ
ଇତିହାସ କହେ ସ୍ମୃତି ଅବକାଶେ
ହାରି ନଥିଲେ ସେ ଯୁଦ୍ଧେ ।
ପରାଧୀନତାର ଶୃଙ୍ଖଳ ଉନ୍ମୁକ୍ତ
ହେମହା ସଂଗ୍ରାମୀ ସାଥୀ
ତଵ ବଳିଦାନେ ଭାରତୀ ମାଆ ହସେ
ଅଭୁଲା ରହିଛି ସ୍ମୃତି ।
ଡାକ୍ତର ବଇଦ ବିଜ୍ଞ ବୈଜ୍ଞାନିକ
ଯନ୍ତ୍ରୀ ମନ୍ତ୍ରୀ ପ୍ରସାଶକ
ସମାଜ ସେବାରେ ଅଛନ୍ତି କୁଶଳେ
ସଭିଏଁ ତ ମହାହିରୋ ।
