STORYMIRROR

ମୁକ୍ତିରାଣୀ ଦେବତା

Fantasy

4  

ମୁକ୍ତିରାଣୀ ଦେବତା

Fantasy

ବାଉନ ଭଣ୍ଡାର ରାଣୀ

ବାଉନ ଭଣ୍ଡାର ରାଣୀ

1 min
272


ଘେନ ମୋ ପ୍ରଣାମ ଦେବୀ କମଳିନୀ 

ତୁମେ ଅଟ ମାତା ଦୁଃଖ ହାରିଣୀ 

ତୁମେ ଥିଲେ ମାତେ ସମୃଦ୍ଧି ମିଳଇ 

ଧନ ସମ୍ପଦକୁ ସ୍ୱହସ୍ତେ ଜିଣଇ ।।


ବିଷ୍ଣୁଙ୍କ ଘରଣୀ ମାତା ଆଦିଶକ୍ତି

ହୃଦୟେ ତୁମକୁ କରୁଛି ଭକ୍ତି 

ତୁମରି ଆଶିଷେ ଭରଇ ଘର

ଘର ହୋଇଯାଏ ସରଗପୁର ।।


ପଦ୍ମପାଖୁଡାରେ ବିରାଜ ମାତା

ତୁମରି ପତି ଯେ ମହାନ ଦାତା 

ତୁମରି ଦର୍ଶନ ପାଇବା ପାଇଁ 

ଆସୁଥିବି ମାତା ନିତି ମୁଁ ଧାଇଁ ।।


ତୁମ କୃପାଦୃଷ୍ଟି ସଦା ଯେ ଥାଉ 

ନାମକୁ ତୁମର ଏ ମୁଖ ଗାଉ 

ଅପରୂପା ଦେବୀ ରମା ଯେ ନାମ 

ତୁମକୁ ଭଜିବା ମୋ ପ୍ରିୟ କାମ ।।


ସୁଖସମୃଦ୍ଧିକୁ ନେଇ ଯେ ଆସ

ଶୁଚିମନ୍ତ ଗୃହେ ସାଦରେ ବସ 

ଅନୀତି ଦେଖିଲେ କରଇ କୋପ 

ହରିନିଅ ମାତା ମୋ ସବୁ ପାପ ।।


ମହାପତିବ୍ରତା ସତୀ ଯେ ତୁମେ 

ତୁମରି ସନ୍ତାନ ମାତା ଗୋ ଆମେ 

ତୁମ ଆଗମନେ ବସାଉ ମାଣ 

ତବ ଶ୍ରୀଚରଣେ ଯାଉ ଏ ପ୍ରାଣ ।।


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy