STORYMIRROR

Satyanarayan Sahoo

Fantasy Children

4  

Satyanarayan Sahoo

Fantasy Children

ଯାଦୁ ଖେଳ

ଯାଦୁ ଖେଳ

1 min
399


ପଦାର୍ଥ ବିଜ୍ଞାନ ଆଉ ରସାୟନ ବିଦ୍ୟା

କୌଶଳ ରେ ପ୍ରଦର୍ଶିତ ହୁଏ ଯାଦୁ ବିଦ୍ୟା ।

ଅନେକ ପ୍ରକାର ବୁଦ୍ଧି , କଳା କୌଶଳ ରେ

ଖେଳ କଉତୁକ ରସ , ନାନା ଉପ।ୟ ରେ ।

ବିସ୍ମିତ କରିବା ପାଇଁ , ଥାନ୍ତି ଯାଦୁ କରେ

ବିସ୍ମୟ , ଜିଜ୍ଞାସା , ପ୍ରଶ୍ନ , ଉଠଇ ମନ ରେ ।

ମନ ପ୍ରାଣ ମୋହି ନିଏ , ଆତଙ୍କେ ଶିହରୀ

ଦର୍ଶକ ମାନଙ୍କ ଚିତ୍ତେ ଭାବୋଦ୍ମ।ଦ ପୁରି । 

ଚକିତ ରହସ୍ୟ ଘେନି ରୋମାଞ୍ଚ ସ୍ପନ୍ଦନ

କ୍ରମେ କ୍ରମେ ଦ୍ରୁତ ତର ଅଭି ବୃଦ୍ଧି ଜାଣ ।

କରାଅନ୍ତି ଯାଦୁ କରେ ଖେଳ ସେ ଦେଖାଇ

ଶୂନ୍ୟ ରେ କ।ଢନ୍ତି ମିଠା ଫଳ ଶସ୍ୟ ଆଦି  

ରୁମାଲ ରୁ କାଢି ଥାନ୍ତି କେତେ ସୁନା ମୁଦି ।

କାଗଜ ଟୁକୁଡ଼ା ଗିଳି ବିଲେଟ କାଢନ୍ତି

ନିମିଷକେ ଟଙ୍କା ଗଛେ ଟଙ୍କା ଫଳାଅନ୍ତି ।

ଭୁତ ପ୍ରେତ ପିଶାଚ ଡାହାଣୀ ନିରିମ।ଣୀ

ତାଙ୍କ ହାତେ କରାଅନ୍ତି , ବହୁ କାମ ପୁଣି ।

ଇନ୍ଦ୍ର ଜାଲ ଦଣ୍ଡ ଟିକୁ ହାତ ରେ ଧରିଣ

କଳା ବିଜ୍ଞାନ କୌଶଳ କରେ ପ୍ରଦର୍ଶନ  ।


Rate this content
Log in

Similar oriya poem from Fantasy