STORYMIRROR

Prahallad Sahoo

Classics Fantasy Inspirational

4  

Prahallad Sahoo

Classics Fantasy Inspirational

ଖୁସିର ପର୍ବ ପଞ୍ଚୁକ

ଖୁସିର ପର୍ବ ପଞ୍ଚୁକ

1 min
288


ପଞ୍ଚୁକ ପାଞ୍ଚ ପ୍ରକାରର ସାସ୍ତ୍ରର କଥା 

ବକ, ବିଷ୍ଣୁ, ଭୀଷ୍ମ ପଞ୍ଚୁକ ସେଥୁ ଅନ୍ୟଥା।


ପବିତ୍ର ମାସ କାର୍ତ୍ତିକ ପୁରାଣେ ବର୍ଣ୍ଣିତ 

ପଞ୍ଚୁକ ବ୍ରତ ପାଳିଲେ ଘୁଞ୍ଚଇ ପାତକ।


ନିରାମିଷ ଖାଦ୍ୟ ସଙ୍ଗେ ହବିଷ୍ୟ ଭୋଜନ 

ନିଷ୍ଠାର ପାଳିବ ବ୍ରତ ଶାନ୍ତ କରି ମନ।


ମାଆ ମାଉସୀ ଶୁଦ୍ଧ ମନେ ପ୍ରଭୁଙ୍କୁ ସ୍ମରି  

ପଞ୍ଚୁକ ପାଳନ୍ତି ସବୁ ଶୁଭ ଚିନ୍ତା କରି।


ପ୍ରଭାତୁ ସ୍ନାନ ଶୌଚ ସାରି କରନ୍ତି ଧ୍ୟାନ 

ବିଭୁ ପାଦେ ସୁଖ ଶାନ୍ତି କରନ୍ତି ଚିନ୍ତନ।


ଗୋବର ଜଳେ ଚଉରା ଲିପାପୋଛା କରି 

ଝୋଟି, ମୁରୁଜରେ ଦିଅନ୍ତି ଅଗଣା ଭରି।


ବାଉଁଶ ଅଗରେ ବାନ୍ଧି ସେ ଆକାଶ ଦୀପ,

ପୂଜା କରନ୍ତି ନାଶିବାକୁ ସକଳ ଦୁଃଖ।


ମନ ପ୍ରାଣ ଦେଇ ଯିଏ ପାଳଇ ଏ ବ୍ରତ

ପ୍ରଭୁ ପୂର୍ଣ କରିବେ ମନୋବାଞ୍ଛା ନିଶ୍ଚିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics