STORYMIRROR

Manoja kumar Pattnayak

Romance Classics Fantasy

4  

Manoja kumar Pattnayak

Romance Classics Fantasy

ଉଛୁଳା ପ୍ରେମ

ଉଛୁଳା ପ୍ରେମ

1 min
246

ଉଛୁଳା ପ୍ରେମ ର ଚଞ୍ଚଳ ଗତିକି

ରୋକି କେ ପାରିବ ଆଗେ

ଲକ୍ଷ୍ୟ ତାର ଯହିଁ ଆଶାକୁ ବଢାଇ

ଧାଇଁଥାଏ ଉଦବେଗେ।

ନ ମାନେ ସେ ନଦ ନଦୀ ବନ ଗିରି

ଝଡ ବରଷା ଅନ୍ଧାର

ନ ଡରଇ ବାଘ ଭାଲୁ ହାତୀ ଘୋଡ଼ା

ନ ଡରଇ ନିଶାଚର।

ନିଜକୁ ନିଜେ ସେ ନ ଅନାଏ ଫେରି

ଧରାକୁ ମଣଇ ସରା

ଦିନ ରାତି କଟେ ଧ୍ୟାନ ଧାରଣା ରେ

ପ୍ରେମେ ହୋଇ ମତୁଆଲା।

ହରି ପ୍ରେମେ ଭକ୍ତ ଭକ୍ତ ପ୍ରେମେ ହରି

ପାଗଳ ପରାୟେ ବୁଲେ

ରସିକ ରସିକା ଯୁବକ ଯୁବତୀ

ପ୍ରେମ ର ଟିପ୍ପଣୀ ଖୋଲେ।

ମାତା ପିତା ପୁତ୍ର ଦୁହିତା ପ୍ରେମ ରେ

ଆନନ୍ଦ ହୁଅନ୍ତି ଅପାର

ପ୍ରେମ ଠାରୁ ବଳି ନାହିଁ କେହି ବଡ଼

ପ୍ରେମ ର ଅଟେ ସଂସାର।



Rate this content
Log in

Similar oriya poem from Romance