STORYMIRROR

ଫକୀର ପରିଡ଼ା

Children Stories Fantasy Children

4  

ଫକୀର ପରିଡ଼ା

Children Stories Fantasy Children

ବାପୁଜୀ

ବାପୁଜୀ

1 min
395

କିଶୋର କିଶୋରୀ କଳିକା ଗଣ

ଆମ ବାପୁଙ୍କ ର ଜନମ ଦିନ।।

ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ

ପାଳୁଥିଲେ ସତ୍ୟ ଅହିଂସା ନୀତି ।।

ପିଲାଦିନେ ଦୋଷ ଅନେକ କରି

ସ୍ୱୀକାର କରିଣ ଗଲେ ସୁଧୁରି।।

ପାନ ବିଡି ନୁହେଁ ଛୋଟିଆ ନିଶା

ଜଣା ପଡେ ନାହିଁ ଟାଣେ ପଇସା ।।

ଖରାପ ସାଙ୍ଗ ଙ୍କ ସାଥୀ ରେ ପଡି

କରଜ କରି ସେ ଟାଣିଲେ ବିଡି ।।

ଚୋରି କରି ସୁନା ଅନନ୍ତ ବିକି

ଅସହ୍ୟ ଯନ୍ତ୍ରଣା ପଡିଲେ ଥକି ।।

ସହି ପାରିଲେନି ଚୋରି କଥା ଟି

ବାପାଙ୍କ ପାଖକୁ ଲେଖିଲେ ଚିଠି ।।

ପ୍ରେମ ପୂର୍ଣ୍ଣ ଭାବ ଦୋଷ ସ୍ବୀକାର

ଚିଠି ହାତେ ଦେଇ ଥିଲେ ପାଖର ।।

ବାପାଙ୍କ ଲୁହରେ ତିନ୍ତିଲା ଚିଠି

ଆଖିରେ ସେ ଦୃଶ୍ୟ ରହିଲା ଲାଖି ।।

ଦୋଷ କ୍ଷମା କରି ଅପାର ସ୍ନେହେ

ବାନ୍ଧିଲେ ବାପୁ ଙ୍କୁ ପ୍ରେମ ହୃଦୟେ ।।

ଦୃଢ ପ୍ରତିଜ୍ଞା ଟି ବାପୁ କରିଲେ

ସେଦିନ ରୁ ବିଡି ନିଶା ଛାଡିଲେ ।।

ପିତାମାତା ଯହିଁ ଢାଳିବେ ଲୁହ

ପୁତ୍ର ଜନ୍ମ କରି କି ଲାଭ କୁହ ।।

ମାତା ପିତା ଗୁରୁ ପରମେଶ୍ଵର

ତାଙ୍କରି ଆଶିଷ ସତ୍ୟ ଇଶ୍ୱର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍