STORYMIRROR

Jayashree Das

Fantasy

4  

Jayashree Das

Fantasy

ଯାଦୁ*****

ଯାଦୁ*****

1 min
360


ଯାଦୁ କଥାଟିଏ କହିବି ଶୁଣ,

ଚାନ୍ଦିନୀ ନାମରେ ଝିଅଟି ଜାଣ.

ବାପା ମା ସଙ୍ଗେ ଦୁଃଖରେ ଥାଏ.

ଅଭାବରେ ମନ ଶୁଖାଇ ରୁହେ ।


କଲେଜ ଯାଏସେ ପଢ଼ଇ ପାଠ ,

ସାଙ୍ଗ ଛିଗୁଲାଈ କୁହେ ବହୁତ.

ଯାଉନୁ ପାର୍ଲର ହେଉନୁ ବେଶ,

ତୋତେ ଦେଖିଦେଲେ ଲାଗୁଛି ହସ ।


ମୁହଁଟି ତୋହର ମଳିନ ଦିଶେ,

ତୋ ସହିତ କେହି ବେଶୀ ନମିଶେ.

ଶୋଇକରି ଉଠି ଆସିବା ପରି,

ଦିଶଇ ଚାନ୍ଦିନୀ ମୁହଁ ତୋହରି ।


ସାଙ୍ଗର ବଚନ ଶୁଣି ଚାନ୍ଦିନୀ,

ଘରେ ନିଜକୁ ସେ କଲା ବନ୍ଦିନୀ.

କଲେଜ ଗଲାନି ମନଦୁଃଖରେ,

ତକିଆ ଭିଜିଲା ଆଖି ଲୁହରେ ।


ମା ଙ୍କ ଆଗରେ କହିଲା ସବୁ,

ଅଭାବ ଆମର କିସ କରିବୁ.

ପଇସା କୋଉଠୁ ଆଣିବେ ବାପା,

ମୁଲ ଲାଗୁଛନ୍ତି ପର ଘରେ ପା ।


ବୁଝିଲାନି ତାର ମାଆ ଙ୍କ ମନ,

ପାଉଡର ଟିଏ କିଣି ବହନ.

କହିଲେ ଚାନ୍ଦିନୀ ଏହାକୁ ଲଗା,

କଲେଜ ଯାଆ ତୁ ନକରି ଶଙ୍କା ।


ଚାନ୍ଦିନୀ ଲଗାଇ ପାଉଡର କୁ,

ଦଉଡି ଗଲା ସେ ସାଙ୍ଗ ଘରକୁ.

ସାଙ୍ଗ ଦେଖି ଦେଇ ଚାନ୍ଦିନୀ ମୁହଁ,

ଇର୍ଷାରେ ଜଳିଲା ତାହାରି ଦେହ ।


ପରୀ ଟିଏ ପରି ଦିଶେ ଚାନ୍ଦିନୀ,

ସାଙ୍ଗ ପଚାରଇ କଲା କେ ଗୁଣୀ.

ରାତିକ ଭିତରେ ଏତେ ସୁନ୍ଦରୀ,

କେମିତି ହୋଇଲୁ କହ ଚାନ୍ଦିନୀ ।


ସରଳ ଚାନ୍ଦିନୀ କହିଲା ସତ,

ପାଉଡର ଟିଏ ମାଆ ଦେଲେ ତ.

ସାଙ୍ଗ ଇର୍ଷା କରି ଚାନ୍ଦିନୀ ଘରେ ,

ପାଉଡର ଲୋଭେ ଆସି ମିଳିଲେ ।


ଚାନ୍ଦିନୀ ଲଗାଇ ଦେଲା ସାଙ୍ଗକୁ,

ସୁନ୍ଦର ଦିଶିଲା ନିଜ ଆଖିକୁ.

ଅତି ଲୋଭ କରି ଚୋରୀକରିଲା,

ମୁହଁରେ ଲଗାଇ ବିରୂପ ହେଲା ।


ପାଉଡର ଡବା ହସି କହିଲା,

ଯାଦୁ ପାଉଡର ମୁହିଁ ବୋଇଲା.

ନିଷ୍କପଟ ଅଟେ ଚାନ୍ଦିନୀ ମନ,

ସୁନ୍ଦର ଦିଶୁଛି ତାର ବଦନ ।


ତୁମେ ଇର୍ଷାକରି ଚୋରୀ କରିଛ,

ସେଥିପାଇଁ ଏହି ଫଳ ଭୋଗୁଛ.

ସତରେ ରହିଲେ ମିଳଇ ଭାତ,

ଅସତ୍ୟକୁ ଯାଦୁ ଦଣ୍ଡେ ବହୁତ।


Rate this content
Log in

Similar oriya poem from Fantasy