STORYMIRROR

Akshayakumar Dash

Tragedy Fantasy Inspirational

4  

Akshayakumar Dash

Tragedy Fantasy Inspirational

ଟଙ୍କା

ଟଙ୍କା

1 min
275

ମନେ ପଡେ ପଚାଶ ବର୍ଷ ତଳେ

ଆମ ଘରୁ ନଡ଼ିଆ ନେଇ

କୁମ୍ଭାର ଘର ହାଣ୍ଡିଗଢି ଦିଅନ୍ତି,

ରାଉତ ଘର ପନିପରିବା

ଅମଘରୁ ଔଷଧ ଦେଇ ଆଣନ୍ତି।

ଆମ ଗାଁ ବୈଶିଆର ଖାବାର

ଆମେ ମାନେ ଚାଉଳ ଦେଇ ଖାଉ

ଗ୍ରାମର ଲୋକ ବିରି, ମୁଗ,

କୋଳଥ ଚାଉଳ, ଅଦଳ ବଦଳ କରି ଚଳନ୍ତି 

 ଟଙ୍କାରେ ମୂଲ୍ୟଦେଇ ଜାଣିବା ଦିନୁ 

ମଣିଷ ଦୁଇ ପ୍ରକାର ହୋଇଛି

ଯାହା ପାଖରେ ଟଙ୍କା ନାହିଁ

ତାହାକୁ ଗରିବ କୁହାଯାଉଛି

ଆମ ଗାଁ ଗୋଉଡ ଘର ଗୋଠେ ଗାଇ

ଘର ତାଙ୍କର ଚାଳ

ଗୁହାଳ ଘରେ ଗାଈ ବାଛୁରୀ

ସକାଳୁ ସକାଳୁ ଗାଇ ଦୁହ୍ନି

କାଳୀଗାଈର ମିଠା ଖିର ଢାଳି ଦିଏ ବୋତଲରେ

ଟଙ୍କା ପଇସା କଣ ତାଠୁ ବଡ

ଭୋଟ ବେଳେ ବିଡ। ବିଡା ନୁଅନୋଟ

ରାତିରେ କାରବାର ହୁଏ

ଯେତେ ନେଲେ ଦେଲେ ଅଭାବ ଅଭାବ

ଟଙ୍କା ନେବା ଦେବା ଦିନୁ

ଗରିବ ମାନଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଛି

ଗ୍ରାମଛାଡ଼ି ସହର ମୁହା

ସହରରେ କୋଠା ଗଢି ଗଢି ଯାଉଛି

ଗାଁ ଚାଷ ଜମି ପଡ଼ିଆ ପଡୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Tragedy