STORYMIRROR

Sudeshna Pradhan

Fantasy Inspirational Children

4  

Sudeshna Pradhan

Fantasy Inspirational Children

ହିରୋ

ହିରୋ

1 min
365

ପର ଉପକାରେ ସମର୍ପି ନିଜକୁ,          

କଷଣ ସହଇ ଯେହୁ,                

ନିର୍ଭୟ ହୋଇ ମୁକାବିଲା କରେ,          

କଠିନ ସମସ୍ୟା ସେହୁ ।

           

ସେହିଏକା ଅଟେ ମୋ ଦେଶର ହିରୋ,        

କରହେ ତାକୁ ସଲାମ,               

ଯେମିତି ସୁଭାଷ, ରାଣୀ ଲକ୍ଷ୍ମୀବାଇ,        

ଭଗତ ସିଂ ବନାମ ।

               

ସ୍ବଦେଶ ସୁରକ୍ଷା ପାଇଁ ଜୀବନକୁ,          

ବାଜି ଲଗାଇଛି ଯିଏ,               

ସୈନିକ ସେହି ଅଟେ ବଡ଼ ହିରୋ,           

କାଟିପାରିବନି କିଏ ।

                

ଦେଶର ଜନତାଙ୍କର ଅନ୍ନଦାତା,         

ଅଟେରେ କୃଷକ ଭାଇ,               

ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ଖଟୁଥାଏ,         

ଜଗତଜନଙ୍କ ପାଇଁ ।

             

ହିରୋପଣ ନେଇ ମୋ ଦେଶରଛାତ୍ର,        

ସୁନାମ ଅର୍ଜିଣ ଥାଏ,              

ବିଦେଶକୁ ଯାଇ ପ୍ରତିଯୋଗିତାରେ        

ସଫଳତା ପାଇଥାଏ ।

                

ମୋ ରାଜ୍ୟ ବାଳୁତ, ରଖିଅଛି ଟେକ,      

କୋଣାର୍କର ମୁଣ୍ଡି ମାରି,           

ନିଜଜୀବନକୁ ହାରିଦେଲା ସିଏ,          

ଏଇତ ତା ହିରୋଗିରି ।

             

ଶିକ୍ଷାଦାତା ଅଟେ ଶିକ୍ଷା କ୍ଷେତ୍ରେ ହିରୋ,      

କର୍ମ କ୍ଷେତ୍ରେ ମାତା ପିତା,              

ଚିକିତ୍ସା କ୍ଷେତ୍ରରେ ଅଟଇ ଡାକ୍ତର,           

ରୋଗୀର ଜୀବନ ଦାତା ।

            

ରାଜ୍ୟର ବିପଦ ଦୂର କରିଦେଇ,          

କରେ ଯିଏ ସୁଶାସନ,                 

ସେହି ରାଜନେତା ହିରୋ ହେଇପାରେ,       

ଜନ କରେ ଗୁଣଗାନ ।

             

ଚଳଚ୍ଚିତ୍ର କ୍ଷେତ୍ରେ ଅଭିନେତା ହିରୋ,      

କରୁଥାନ୍ତି ଅଭିନୟ,                 

ପ୍ରକୃତ ହିରୋ ତ ଚଳନ୍ତି ଜୀବନେ         

ହୁଅନ୍ତି ଯିଏ ସହାୟ ।


Rate this content
Log in

Similar oriya poem from Fantasy