ଭ୍ରମଣ ବେଳା
ଭ୍ରମଣ ବେଳା
ମନ ଝୁରେ ଭ୍ରମଣ ବେଳାର
ମିଠା ମିଠା ଅନୁଭୂତି
ମନମଉଜ ରେ ଶୀତୁଆ ସକାଳେ
ଘରୁ ବାହାର ସାଙ୍ଗସାଥି l
ପ୍ରକୃତି କୋଳରେ କିଛିଟା ମୁହୂର୍ତ୍ତ
ମୋହିତ ସଭିଙ୍କ ମନ
ବୃକ୍ଷ ବନସ୍ପତି ସୌନ୍ଦର୍ଯ୍ୟରେ ମୁଗ୍ଧl
କୋଇଲିର କୁହୁ ତାନ l
କୁଳୁକୁଳୁ ସ୍ୱରେ ଅଳସୀ ଝରଣା
ଝରଝର ବହି ଯାଏ
ପଥ ଧାରେ ତାହାରି ପରସେ
ସବୁଜିମା ଭରି ଦିଏ l
ନାହିଁ କୋଳାହଳ କର୍ମର ଡାକରା
ବ୍ୟସ୍ତତା କୁ ଅପସରି
ତଲ୍ଲୀନ ପରାଣ ଖୁସିର ସାଗରେ
ମୁକୁତା ପଡଇ ଝରି l
ପଡ଼ିଯାଏ ମନେ ବାପା ମା 'ଙ୍କର
ସେଇ ସତର୍କ ବାଣୀ
ଭ୍ରମିବୁ ଯତନେ ଯିବୁନାହିଁ କେବେ
ଥିଲେ ଗଭୀର ପାଣି l
ଖେଳକୁଦ ସଙ୍ଗେ ଗୀତର ଆସର
ଜମି ଯାଏ ବଡ଼ ରଙ୍ଗେ
ମନେ ମୁଁ ଭାଳଇ ଦୂରବିଦେଶରେ
ବୁଲନ୍ତିକି ସାଥୀ ସଙ୍ଗେ !
