STORYMIRROR

Pranati prabha Rout

Classics

4  

Pranati prabha Rout

Classics

ଲହରୀ ପ୍ରତି

ଲହରୀ ପ୍ରତି

1 min
178


ଲହରୀରେ ଲହରୀ, ତୁ ଶୁଣ ଢେଉ ଚିରି

ଏ ଜୀବନ ଉଠାଗଡ଼ାଣି ଢେଉ ତୋ' ପରି

କେବେ ସୁଖ କେବେ ଦୁଃଖ ଜୁଆର ପିଟୁଛି

ବିନା କାରଣେ କେବେ ଧୈର୍ଯ୍ୟ ତଟ ଭାଙ୍ଗୁଛି ।


ପଦ୍ମ ପତ୍ରେ ପାଣି ପରି ଜୀବନ ଅସ୍ଥାୟୀ

ହାଇ ମାରୁମାରୁ କେବେ ହରିନେବ ବିହି

ତୋ' ଢେଉଠାରୁ ଆୟୁଷ ଆହୁରି ଚଞ୍ଚଳ

ଅପରାହ୍ନ ନ ହେଉଣୁ ଆସିଯାଏ କାଳ ।


ଭ୍ରାନ୍ତେ କାହିଁ ଭାବେ ନର ଅଛମର ସେହି 

ଅଳିକ ଆୟୁକୁ ସ୍ବପ୍ନ ଅନେଶୋତ ନେଇ

କେ ମରିଲା କାନ୍ଦିଝୁରେ ନିଜେ ଯିବ ଦିନେ

ଛଳନା, ଛନ୍ଦ କପଟଭରା ହିନିମାନେ ।


ସାମାନ୍ୟ ବେମାରୀକୁ ଏ ବସୁଧା ନିଅଣ୍ଟ

ତଥାପି କାହିଁକି ନର ଭାଙ୍ଗେନି ତା' ଆଣ୍ଟ

ଗର୍ବ, ଦମ୍ଭ ସାମ୍ରାଜ୍ୟ ଦିନେ କାଳ ଲୁଣ୍ଠିବ

ଅଦିନ ଝଡ଼ ବାଡେଇ ଭସ୍ମ କରିନେବ ।


ଛବିର ପ୍ରତିମା ପରି ସୁନ୍ଦର ତା' ତନୁ

ପଞ୍ଚଭୁତ ବାଣ୍ଟିନେବେ ଦୟା ତେଜି ମନୁ

ମାଟିର ମଣିଷ ଯଦି ମାଟିରେ ମିଶିବ

ରାଗ, ରୁଷା, ଅଭିମାନ ମତିରେ କି ଲାଭ ।


ସ୍ନେହ, ଶ୍ରଦ୍ଧା, ସମ୍ପର୍କେ ନାହିଁ ଆଦର ଯତ୍ନ

ସ୍ୱାର୍ଥ ସର୍ବସ୍ବେ ଅବଶ ଆଜି ନର ରତ୍ନ 

ଛାତିରେ ତା' କାହିଁ ପାଳେ ଦର୍ପର ପରବ

ହିଂସାରେ କାହିଁକି ଜାଳେ ଅହଂର ଉତ୍ସବ ।


ଦେଖେ ମଶାଣିରେ ମିଶେ କେତେ ଅହଂ ସବୁ

ତଥାପି କାହିଁକି ତାହା କରେ ତାକୁ କାବୁ

ଚେତାଇଦେ ତାକୁ ଥରେ ଅମୃତର ବାଟ

ସ୍ରଷ୍ଠାଙ୍କ ଶ୍ରେଷ୍ଠ ସୃଷ୍ଟି ସେ ନହେଉ କନିଷ୍ଠ ।


ସତ୍ ଚିତ୍ ଆନନ୍ଦରେ ଜୀବନକୁ ବାହୀ

ଅମୃତତ୍ବର ଦିବ୍ୟ କମଳ ଯାଉହୋଇ 

ପାରିବ ଯଦି ପରକୁ ଆନନ୍ଦ ପରଷି

ଇର୍ଷା ନୁହେଁ ଅନ୍ତରରୁ ମମତା ବରଷି।


ହେ ଶୁଭ୍ର ଲହରୀ ! ବୁଣି ଦେଏରେ ଆନନ୍ଦ 

ତୋ ପରି ସ୍ୱଚ୍ଛ, ନିର୍ମଳ କରିଦେ ତା' ହୃଦ

ଅସ୍ଥାୟୀ ଜୀବନକୁ ତା' କର ବିଭୂମୟ

ମହତ୍ତର ହେଉ ନର ମହକିତମୟ ।


ଲହରୀରେ ଭସାଇ ନେଇଯା ଯେତେ ଦୁଃଖ

ଦେଇଯାରେ ତାକୁ ଖାଲି ଅକଳନ୍ତି ସୁଖ 

ସ୍ବର୍ଗୀୟ ଗୁଣରେ ସ୍ରଷ୍ଠା ଭରନ୍ତୁ ତା' ହୃଦ

ପରମାର୍ଥ ଚିନ୍ତନରେ ହେଉ ବିମଣ୍ଡିତ ।


Rate this content
Log in

Similar oriya poem from Classics