STORYMIRROR

Panchanan Jena

Romance

4  

Panchanan Jena

Romance

ଲେଉଟାଣୀ ଯାତ୍ରା

ଲେଉଟାଣୀ ଯାତ୍ରା

1 min
228

ମାଘ ମାସର ଆୟୁଷ ଶେଷ ହେଉ ହେଉ

ଶୀତ ଋତୁଟା ବିଦାୟ ନେଉ ନେଉ

ପୁଣି କ'ଣ ଶୀତର ଲେଉଟାଣୀ ଯାତ୍ରା

ପୁଣି କ'ଣ ମାଘ ମାସରେ ବାଘର ଘୋଷଯାତ୍ରା

ସତେ ନା କ'ଣ 

ହେଇ ଦେଖୁନ

ପାହାଡ଼ ତଳେ ଶୀତଟା କଡ଼ ଲେଉଟିଲାଣୀ

ନଦୀ ବନ୍ଦରେ ଶୀତ ଦୋଳି ଖେଳି ଲାଣି

ଶୀତ ପୁଣି ଆସିଛି ଫେରି

ଗାଁ ସହରେ ପଡିଛି ହୁରି

ପାରଦ ବହୁତ ତଳେ ରହୁଛି ଭାରି ।୧


ଶୀତଟା ମୋ ପ୍ରୀୟ। ପରି 

ଜିବ୍ଦୀ ବୋଧେ 

ବିଦ୍ରୋହୀ ବୋଧେ

ଅଭିମାନିନୀ ବୋଧେ

ହାରିବାର ନାହିଁ କି ପଛପୁଞ୍ଚା ନାହିଁ

ଲାଙ୍ଗୁଡଯାକି ପଳେଇବ କାହିଁ

ସମାପ୍ତି କଥା ସମସ୍ତେ ଭାବି ବସିଲେ

ପରିସମାପ୍ତିର ଶ୍ଵର ସମସ୍ତେ ଭଜିଲେ

ପୁଣି ମୋଡିଦିଏ ଚିନ୍ତାର ଆସର

ପୁଣି ଛାଡିଦିଏ ଯୌବନ ଜହର

ପୁଣି ଲେଉଟାଣୀ ଯାତ୍ରା

ସଂପୂର୍ଣ୍ଣ। ଋତୁପର୍ଣ୍ଣା ପୂର୍ଣ୍ଣଯୌବନା 

ସର୍ବତ୍ର ସର୍ବଗାତ୍ରା ପୂର୍ଣ୍ଣମାତ୍ରା ।୨


ହାଡ଼ଥରା ଶୀତରେ କଂପୁଛି ସର୍ବରୀ

କୁହୁଡିର ବହଳ ଆସ୍ତରଣ ସାଙ୍ଗକୁ 

କୋହଲା ପବନର ମୃଦୁ ଶୁଶୁରୀ 

ଟୋପାଟୋପା କାକର ବାଣରେ

ଦୁଃସହ ଆଘାତ

ଥଣ୍ଡା ପାଣିରେ ନିତ୍ୟକର୍ମ ସ୍ନାନାଦି ଦୁଃସ୍କର ସଂଘାତ ।୩


ଶୀତଟା ମୋ ପ୍ରୀୟ। ପରି 

ପଣ କରିଛି ବୋଧେ

ରାଣ ଖାଇଛି ବୋଧେ

ଫେରିବ ଅବଶ୍ୟ ବୋଧେ

ଯେମିତି ମାଘ ଶେଷେ ଫେରେ ଫଗୁଣ

ଯେମିତି ନିଦାଘ ଶେଷେ ଫେରେ ଶ୍ରାବଣ

ଯେମିତି ବର୍ଷା ଶେଷେ ଫେରେ ପାର୍ବଣ

ଋତୁଚକ୍ର ରାଣ

ଫେରିବ ମୋ ପ୍ରୀୟ। ନେଇ ପ୍ରୀତିର କଲ୍ୟାଣ ।୫


ଲାଗୁଅଛି ମୋତେ ଆଜିକାଲି

ଥୁରୁଥୁରୁ ଶୀତରେ ବି ଆମ୍ବ ବଉଳର ଲାଜୁଆ ଅଭିସାର

କୁହୁଡି ବଳୟରେ ବି ପରାସ୍ତ 

କରେ।ନାର ବୁକୁଫଟା ଚିତ୍କାର

ମିଠା ମିଠା ଖରାରେ ବି ଅଭିସାରିକା ମୋ ଦୃଦତାରକା ଅବନ୍ତିକା ପାଇଁ ମିଳନ ସମ୍ଭାର ।୬


ଏହି ତ ଜୀବନ ଚକ୍ର

ଜଳଚକ୍ର ଜବକ୍ଷାରଜାନ ଚକ୍ର ପରି

ଶୀତର ଲେଉଟାଣୀ ଯାତ୍ରା ରହିବନି ବେଶି ଡେରି

ସମ୍ଭାବନାର କିଶଳୟ ଆଣିଛି ଆବୋରି

ବସନ୍ତର ଆଲିଙ୍ଗନ ମାନିନୀ ପ୍ରୀୟାର ମାନଭଞ୍ଜନ

ସାଥିରେ ଧରି ।



Rate this content
Log in

Similar oriya poem from Romance