STORYMIRROR

Lipi Sahoo

Tragedy

3  

Lipi Sahoo

Tragedy

ଲେଉଟାଣି

ଲେଉଟାଣି

1 min
235

ଅଭିମାନରେ ଜଡସଡ ଗୋଧୂଳି

ସାତସିଆଁ କନ୍ଥା ପରି

ଘରକୋଣରେ ପଡିଚି ଚୁପଚାପ୍


ଲେଉଟାଣିର ଆବେଗ ବି

ବେଶ୍ ଛଳନାଭରା

ସାତ ପରସ୍ତ ରଙ୍ଗବୋଳା ମୁହଁ ଭଳି


ଛାଟଖିଆ ବୋଦା ଭଳି

ଏକରକମ ଆଗକୁ ବଢ଼ିବାକୁ ନାରାଜ

ବାରମ୍ବାର ପଛକୁ ଫେରି ଚାହୁଁଚି


ଦୁଇ ପକେଟ୍ ଟୁଳଟୁଳ ଭର୍ତ୍ତି

ଠିକ୍ କୋଳିଗୋଟାଳି ପିଲାର ମୋହ ପରି

ଶୁଣି ପାରେନି ଲାଠିର ଠକ୍ ଠକ୍ ଶବ୍ଦ 


ହେଲେ ଲେଉଟାଣି ନିଚ୍ଛକ ବାସ୍ତବ

ସମସ୍ତ ନିଷ୍କ୍ରିୟତା ସତ୍ତ୍ୱେ ସମ୍ମୋହିତ ବାଳା ପରି 

ଅନୁଗମନ କରିବାକୁ ପଡେ ମୃତ୍ୟୁ କାପାଳିକର......।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy