ଲେଖୁଛି ବୋଲି ବଞ୍ଚିଛି
ଲେଖୁଛି ବୋଲି ବଞ୍ଚିଛି
ବଞ୍ଚିଛି ବୋଲି ଲେଖୁଛି ,
ନାଁ ଲେଖୁଛି ବୋଲି ବଞ୍ଚିଛି?
ସତେ ତ, ପ୍ରଶ୍ନଟା ଟିକେ
ଅସମାହିତ ଲାଗୁଛି!!
ସମୟଟା ସତେ ଧାଉଁଛି,
ପୁରୁଣା ସ୍ମୃତିକୁ କିଛି ସାଉଁଟି ଆଣୁଛି!!
ଅନେକ ଆକ୍ଷେପ ଓ ବିଦ୍ରୂପ
ସତେ କି ପୋଛି ଦେଉଛି!!
ଭାବାବେଗଟା ରୂପ ନେଉଛି,
ବଞ୍ଚିବାର ଆଧାର ଯୋଗାଉଛି...
ଲେଖୁଛି ବୋଲି ମୁଁ ବଞ୍ଚିଛି,
ସତରେ,ଲେଖୁଛି ବୋଲି ମୁଁ ବଞ୍ଚିଛି...
