ଲେଖିବାର କାରଣ
ଲେଖିବାର କାରଣ
ସମାଜରେ ଯେବେ ସୁନ୍ଦର ଫୁଲଟେ
ଫୁଟି ଥାଏ ବଗିଚାରେ ।
ଲେଖି ଦିଏ ସେବେ ତା ପାଇଁ ଧାଡ଼ିଟେ
ହୃଦୟରୁ କାଗଜରେ ।।୧
ପୁଣି ଯେବେ ଦେଖେ ଗରିବ ଲୋକଟେ
କାନ୍ଦେ ଯନ୍ତ୍ରଣା ଦୁଃଖରେ ।
ଲେଖି ଦିଏ ସେବେ ଅନୁଭୂତି ଦୁଃଖେ
ଦୁଃଖ ତାର କବିତାରେ ।।୨
କଅଁଳ ଶିଶୁ ଟେ ଯେବେ ଟିକେ ହସେ
ମୋ ମନେ ଖେଳେ ଲହରୀ ।
କେବେ ପୁଣି ଲେଖେ ଭୋକିଲା ଲୋକଟେ
କରେ ଯେ କେତେ ଗୁହାରି ।।୩
ସମାଜରେ ଯେବେ ଅନ୍ୟାୟ ବଢେ ଯେ
ବଢେ ନିତି ଅପକର୍ମ ।
ଲେଖି ଦିଏ ସେବେ ତା ପାଇଁ ଧାଡ଼ିଟେ
ପୁଣି ଲେଖେ କଳି ଧର୍ମ ।।୪
ଲେଖେ ଦେଖି ଏଠି କାନ୍ଦେ ଯେ ମାଆଟି
ଯେବେ ପାଏ ଅନାଦର ।
ପତ୍ନୀ ପୁଣି ଏଠି କାନ୍ଦୁ ଥାଏ ନିତି
ବିରହେ ଯେବେ ପତିର ।।୫
ଲେଖେ ପୁଣି କେବେ ମୋ ମାଟି ପାଇଁ ଯେ
ଲେଖେ ଦେଶ ପାଇଁ ମୋର ।
ଅମର ସୈନିକ ରଖିଯାଏ ଟେକ
ବୀର କଥା ଲେଖେ ତାର ।।୬
ଲେଖିଥିଲି କିଛି ଲେଖି ଚାଲୁଅଛି
ଲେଖୁଥିବି ମୁହିଁ ସଦା ।
ପ୍ରେରଣା ଦାୟିନୀ ମୋ ମାତା ଜନନୀ
ତା ଲାଗି ଲେଖିବି ସଦା ।।୭