Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Manaswini Dash

Inspirational Others

3  

Manaswini Dash

Inspirational Others

ଲେଖା ପଛରେ ପ୍ରେରଣା

ଲେଖା ପଛରେ ପ୍ରେରଣା

1 min
173


ନିଃସର୍ତ୍ତ ନିଶବ୍ଦ ସିମାହୀନତାରେ 

ଅନେକ ଦିନର ନିଃସଙ୍ଗତା ପରେ 

ତୁମର ଆକସ୍ମିକ ଆବିର୍ଭାବ 

ଯେମିତି ଶୂନ୍ୟ ମହଲରେ ବୁଣିଦେଇଛି 

ନବୋଦିତ ଭାସ୍କରର ଆଦ୍ୟ କିରଣର ନୃତ୍ୟ 

ସକ୍ରିୟ କରିଛି ସମସ୍ତ ଅଲରା ଭାବନାର ତରଙ୍ଗକୁ 

ସ୍ୱତଃପ୍ରବୃତ ଭାବେ ହୃଦୟ ଗଳିରେ ଜାଗ୍ରତ ହୋଇଛି 

ପ୍ରେରଣାର ଅଦୃଶ୍ୟ ତନ୍ମୟମାନ 

କଳ୍ପନାର ବିବର୍ଣ୍ଣ ପଡିଆରେ ଭାବନାର ସବୁଜିମା 

ତାକୁ ଶବ୍ଦର ରୂପ ଦେଇ ସଜେଇବାର ଦୁର୍ବାର ଅଭିଳାଷ 

ମାତ୍ର ; ସମସ୍ତ ପ୍ରୟାସ ପରିଚୟ ହରାଇ ଧରାଶାୟୀ 

କାରଣ ତୁମେତ ଅବର୍ଣ୍ଣନୀୟ 

କିଛି ବର୍ଣ୍ଣମାଳାର ସମାହାରରେ ଆଉ ସୀମିତ ଭାବନାରେ ||


ତୁମ ପ୍ରେରଣାର ଊର୍ମି ଲହଡି ଭାଙ୍ଗୁଛି ହୃଦୟ ସିନ୍ଧୁରେ 

ସମସ୍ତ ବିଷାଦକୁ ନିଶ୍ଚିହ୍ନ କରି ହୃଦୟେ ସଂଚାରିଛି ଅଭିନବ ସ୍ବପ୍ନ 

ବିଶ୍ୱାସ ଆଉ ଭରସାର ସୁନୀଳ ଗଗନ 

ସୁଯୋଗ ଦେଇଛି ନିଜକୁ ପୁନଃ ଆବିଷ୍କାର କରିବାର 

ଆଜି କିଛି ଅକ୍ଷରର ସ୍ୱାଧୀନ ସଂଯୋଗ ଦେଉଛି ଆନନ୍ଦ ନିଜକୁ ପ୍ରକାଶ କରିବାର 

କଲମର ସୁକ୍ଷ୍ମ ସ୍ପର୍ଶରେ ଆଙ୍କୁଛି ଅନେକ ଅଜଣା ଭାବନାକୁ 

ଯାହାକି ଝଲସି ଉଠୁଛି ସହସ୍ର ସୂର୍ଯ୍ୟର ଉଦ୍ଭାସରେ 

ଏତିକି କହିବି ଜଟିଳ ସମାଜର ଜଟିଳତା ମଧ୍ୟରେ ତୁମେହିଁ ମୋ ଲେଖା ପଛର ଏକମାତ୍ର ପ୍ରେରଣା ||


Rate this content
Log in

Similar oriya poem from Inspirational