ଲବଙ୍ଗଲତା
ଲବଙ୍ଗଲତା
ଲଳିତା ଲବଙ୍ଗଲତା
ଦରିଆ କୂଳରେ ସୁଲୁସୁଲୁ ବାଆ
ଆ ବୁଲିଯିବା ହୋଇବା କଥା ।
ଦେଖିବା ସେଇଠି ଉଚ୍ଚ ଉଚ୍ଚ ଗଛ
ଗଗନେ ଟେକିଛି ମଥା
କାନ୍ଦିରେ ଝୁଲୁଛି ଶ୍ରୀଫଳ ନଡ଼ିଆ
ତୋଳି ଛଡ଼େଇବା କତା
ନଡ଼ିଆ ଭିତରେ ପାଣି
ଭାରି ସୁଆଦିଆ ରସାଳ ମଧୁର
ଗୁଣେ ଭରପୂର ଜାଣିଥା ।
ଲଳିତା ଲବଙ୍ଗଲତା-----
ଭବ ଦରିଆର କୂଳରେ ମଣିଷ
ଏଇମିତି ଡେଙ୍ଗା ଗଛ
ଘର ପରିବାର ମଧୁର ଶ୍ରୀଫଳ
ତା ଅମଳ ଭାରି କଷ୍ଟ
ଝରେ ସ୍ନେହ ସୁଧା ମଧୁ
ସମ୍ବନ୍ଧ ସମ୍ପର୍କ ସୁରକ୍ଷା କବଚ
ଏ କଥା ଗଣ୍ଠି ବାନ୍ଧିଥା ।
ଲଳିତା ଲବଙ୍ଗଲତା-----
ପେଟ ପୂରିଯାଏ ପିପାସା ବି ମେଣ୍ଟେ
ମନ ହୁଅଇ ଆନନ୍ଦ
ସହେ କେତେ ଚୋଟ ଆଘାତ ପ୍ରହାର
ତନ୍ତୁ ତାର ଭାରି ଟାଣ
ତା ନିର୍ଯ୍ୟାସ ଟାଣି ଭିଣି
ଦଉଡ଼ି ଭାବରେ ବଳି ଦେବା ଯଦି
ଛିଡିବ ନାହିଁ ଜାଣିଥା ।
ଲଳିତା ଲବଙ୍ଗଲତା----
ସଂସାରର ମୂଳ ଶକତି ଆଧାର
ଭାବ ବନ୍ଧନର ଡୋର
ସୁରକ୍ଷା କବଚ ଥିଲେ ମଜବୁତ
ଶ୍ରୀଫଳ ସମ୍ଭବପର
ଛାତିକୁ କରି ପଥର
ଗୁଣର ସୂତ୍ରକୁ ଆଦରିବା ଆମେ
ଭାଙ୍ଗିବାନି କୁଳ ପ୍ରଥା ।
ଲଳିତା ଲବଙ୍ଗଲତା----

