STORYMIRROR

Hemanta Patra

Abstract

2  

Hemanta Patra

Abstract

ଲାଜେଇ ଜହ୍ନ

ଲାଜେଇ ଜହ୍ନ

1 min
164

ପୁର୍ଣିମା ରାତିର ତୁ ଲାଜେଇ ଜହ୍ନ

ମୋ ସ୍ୱପ୍ନର ତୁ ନିରବ ପ୍ରତିବିମ୍ବ

ପ୍ରିତିପୁର୍ଣ ପାରିଜାତର ମହକ

ମଧୁର ମରିଚିକା

ସାୟାହ୍ନର ସ୍ମୃତି

ଭାବନା ସାଗରେ ତୁ

ମୋ ଆଶାର ଲହରୀ

ଦେଖି ତୋ ରାଇଜ

ମନ ମୋର ଯାଏ ହଜି

ତୁ ନେଇଚୁ ଚୋରାଇ

ମୋରି ମନ

ତୋ ବିନା ମୋର

କେହି ନାହିଁ

ତୁ କହୁଥାଉ ମୋତେ

ମୁଁ ଶୁଣୁଥାଏ ନିତି

ଅନ୍ଧାର ରାତିର ଅବୁଝା କାହାଣୀ

ମିଠା ମିଠା ସ୍ମୃତି ଅନୁଭୂତି

ତୁ ତ ମୋର ଆଞ୍ଜୁଳାଏ ସ୍ୱପ୍ନ

ମୁଠାଏ ଆଶା

ଇଛା ହୁଏ ତୋତେ ଚାହିଁ ଚାହିଁ

କଟିଯାନ୍ତା ସାରା ରାତି

ତୁ ଉଇଁଲେ

ଧିର ପବନେ ଆସଇ ଭାସି

ଶେଫାଳିର ବାସ୍ନା

ମୁଁ ହୁଏ ଆନମନା

ଅସମ୍ଭବ ମିଳନ ଆମର

ତଥାପି ମୁଁ ହଜିଯାଏ

ତୋ ଅସ୍ତିତ୍ବ ରେ

ନିତି ଖୋଜୁଥାଏ ମୁଁ

ମୋ ମନର କୋହକୁ

ତୋର ସେହି କଳା ଦାଗରେ

କହଲୋ ଜହ୍ନ

ତୁ କେବେ ଲୁଚିବୁ ନାହିଁ

ମୁଁ ପରା ତୋର ନୀଳ କଇଁ

ସବୁଦିନ ମୁଁ ତୋଳିବି ସ୍ମୃତିର ରାଗିଣୀ

ତୋ ସୁର ଶାରଙ୍ଗୀରେ

ସାରେଗାମା ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract