ଲାଜେଇ ଜହ୍ନ
ଲାଜେଇ ଜହ୍ନ
ପୁର୍ଣିମା ରାତିର ତୁ ଲାଜେଇ ଜହ୍ନ
ମୋ ସ୍ୱପ୍ନର ତୁ ନିରବ ପ୍ରତିବିମ୍ବ
ପ୍ରିତିପୁର୍ଣ ପାରିଜାତର ମହକ
ମଧୁର ମରିଚିକା
ସାୟାହ୍ନର ସ୍ମୃତି
ଭାବନା ସାଗରେ ତୁ
ମୋ ଆଶାର ଲହରୀ
ଦେଖି ତୋ ରାଇଜ
ମନ ମୋର ଯାଏ ହଜି
ତୁ ନେଇଚୁ ଚୋରାଇ
ମୋରି ମନ
ତୋ ବିନା ମୋର
କେହି ନାହିଁ
ତୁ କହୁଥାଉ ମୋତେ
ମୁଁ ଶୁଣୁଥାଏ ନିତି
ଅନ୍ଧାର ରାତିର ଅବୁଝା କାହାଣୀ
ମିଠା ମିଠା ସ୍ମୃତି ଅନୁଭୂତି
ତୁ ତ ମୋର ଆଞ୍ଜୁଳାଏ ସ୍ୱପ୍ନ
ମୁଠାଏ ଆଶା
ଇଛା ହୁଏ ତୋତେ ଚାହିଁ ଚାହିଁ
କଟିଯାନ୍ତା ସାରା ରାତି
ତୁ ଉଇଁଲେ
ଧିର ପବନେ ଆସଇ ଭାସି
ଶେଫାଳିର ବାସ୍ନା
ମୁଁ ହୁଏ ଆନମନା
ଅସମ୍ଭବ ମିଳନ ଆମର
ତଥାପି ମୁଁ ହଜିଯାଏ
ତୋ ଅସ୍ତିତ୍ବ ରେ
ନିତି ଖୋଜୁଥାଏ ମୁଁ
ମୋ ମନର କୋହକୁ
ତୋର ସେହି କଳା ଦାଗରେ
କହଲୋ ଜହ୍ନ
ତୁ କେବେ ଲୁଚିବୁ ନାହିଁ
ମୁଁ ପରା ତୋର ନୀଳ କଇଁ
ସବୁଦିନ ମୁଁ ତୋଳିବି ସ୍ମୃତିର ରାଗିଣୀ
ତୋ ସୁର ଶାରଙ୍ଗୀରେ
ସାରେଗାମା ହୋଇ
