STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

କୁତ୍ରିମ ପ୍ରକୃତି

କୁତ୍ରିମ ପ୍ରକୃତି

1 min
220


ଜୀବନଟା ଆଜି ଭରା କୃତ୍ରିମ ଫୁଲରେ

ଆକାଶର ଜହ୍ନାଲୋକ କିଏ ଖୋଜୁଛି,


ସମ୍ପର୍କରେ ସ୍ନେହ ପରା ଗଲାଣି ହଜି

ଯନ୍ତ୍ରର ଯନ୍ତ୍ରଣାରେ ପ୍ରକୃତି କାନ୍ଦୁଛି,


ଘର ଛାତେ ବଗିଚା ନାହିଁ ମାଟି ଗନ୍ଧ

ଅଗଣାର ଆନନ୍ଦ ଚଳଚ୍ଚିତ୍ରେ ଦିଶୁଛି,


ଗାଁ ନଇ ଏକୁଟିଆ ଝୁରୁଛି ତା ସାଥୀ

କିଶୋରୀ-କିଶୋରୀ ସହର ଯାଇଛି,


ଦେହରେ ପଡୁନି ଖରା ବହୁନି ଝାଳ

ରୋଗେ ମଣିଷ ସକାଳୁ ପାର୍କ ଯାଉଛି,


ଘରେ ଏବେ ଯନ୍ତ୍ର ଶୀତତାପ ନିୟନ୍ତ୍ରଣ

ଗ୍ରୀଷ୍ମକାଳର ଖରାକୁ କିଏ ସହୁଛି,


ନିବୁଜ କାଚଘରେ ଦାମୀ କୌଶଳ

ଥରଥର ଶୀତ ଅନୁଭବ କିଏ ଜାଣୁଛି,


କାହା ପିଲାକୁ କିଏ ବା ଦେଖିବ ଏଠି

ବ୍ୟକ୍ତିଗତ ରାକ୍ଷସଟା ସମାଜ ଜାଳୁଛି,


ମାନସିକ ଶାରିରୀକ ଶକ୍ତି ଅବକ୍ଷୟ

ସନ୍ତୁଳନ ନାହିଁ ଯନ୍ତ୍ର ହାତେ ସବୁ ଚାଲୁଛି,


ଦୁନିଆକୁ ଜିଣିବାର କୃତ୍ରିମ ପ୍ରଚାରେ

ଭିଡ଼ରେ ଥାଇ ମଣିଷ ଏକୁଟିଆ ଲାଗୁଛି, 


ଯେତେ ଶିକ୍ଷିତ ଡିଣ୍ଡିମ ପିଟେ ସମାଜ

ଅଶିକ୍ଷାର ପରିଣାମ ଏଠି ସ୍ପଷ୍ଟ ଦିଶୁଛି,


ବ୍ୟାୟାମଶାଳାର ସଂଖ୍ୟା ବଢେ ସମାଜେ

କିନ୍ତୁ ରାସ୍ତା ଘାଟରେ ଗୁଳି ନାଚ କରୁଛି, 


ସୌନ୍ଦର୍ଯ୍ୟ କୃତ୍ରିମ ମାୟା ଘାରେ ସଭିଙ୍କୁ

ପ୍ରକୃତ ସୁନ୍ଦରତାର ମାନ ପରା ହଜିଛି,


ମୁଁ ତୁମେ ସବୁ ଖୋଜୁଛୁ ଠିକଣା ଅବାଟେ

ନିଜ ଅନ୍ତର ଆତ୍ମାରେ ପରା ଜଗା ବସିଛି, 


ବସ୍ତ୍ରହୀନ ସଂସ୍କାରକୁ ଆପଣାର କରି

ପୂର୍ଣ୍ଣ ପରିଧାନେ କୁଆଡ଼େ ସମାଜ ହସୁଛି. . !!


ଗୋଟେପଟେ ସମ୍ବିଧାନ ଅନ୍ୟ ପଟେ ସମାଜ

ବିତର୍କ ଆରମ୍ଭ ହୋଇ ବିତର୍କେ ଶେଷ ହେଉଛି,


ପ୍ରକୃତି ହିଁ ଚିରସ୍ଥାୟୀ କୃତ୍ରିମ ହାରିବା ଥୟ

ସଂଘର୍ଷ ଜାରି ରହୁ ଈଶ୍ୱର ଭକ୍ତି ହେଉ ଉଦୟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational